ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଜଣେ ମୃତ
ଅନୁଗୋଳ :ଵଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ଜଙ୍ଗଲ ଠାରେ ମର୍ମନ୍ତୁଦ ଦୁର୍ଘଟଣା। ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ । ଖବର ପାଇ ବଅଁରପାଳ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତ ବ୍ୟକ୍ତି ହେଲେ ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବଡ଼ଗୁଳୁ ଗ୍ରାମର କିରଣ ଭୋଇ ଜଣାପଡିଛି । ବିଶେଷ ସୂତ୍ରରୁ ଜଣା ଯେ କୌଣସି କାମ ରେ ବଅଁରପାଳ ଆସୁଥିଲେ । ଆସିଲା ବେଳେ ବଉଳିଗଡ଼ ଜଙ୍ଗଲ ନିକଟରେ ଭାରସ୍ୟମ ହରାଇ ଗଛରେ ପିଟି ଦେଇଥିଲେ ଭୋଇ ।
(ଅନୁଗୋଳ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ ଉପାନ୍ତ ନ୍ୟୁଜ୍)
