ଜଗତସିଂହପୁର ଜିଲ୍ଲା ଫଟୋ ଓ ଭିଡିଓ ଗ୍ରାଫିକ ଟ୍ରେଡ଼ର୍ସ ଆସୋସିଏସନର ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳନ ସହ ସଡକ ସୁରକ୍ଷ୍ୟା ସଚେତନତା କାର୍ଯ୍ୟକ୍ରମ..

IMG-20250820-WA0028
Share

 

ଜଗତସିଂପୁର ଜିଲ୍ଲା ଫଟୋ, ଭିଡିଓ ଗ୍ରାଫିକ ଟ୍ରେଡ଼ର୍ସ ଆସୋସିଏସନ ର ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳନ ସହ ସଡକ ସୁରକ୍ଷ୍ୟା ସଚେତନତା କାର୍ଯ୍ୟକ୍ରମ ଜ଼ିଲ୍ଲା ସଦର ମହକୁମା ଠାରେ ଅନୁଷ୍ଠିତ ହୋଇଯାଇଛି,ବାଇକ ଚାଲକ ମାନଂକୁ ଗୋଲାପଫୁଲ ଦେଇ ହେଲମେଟ ପିନ୍ଧିବା ପାଇଁ ସଚେତନତା କରାଯାଇଥିଲା ,ଯେ ପି ଭି ଟି ଆସୋସିଏସନର ଉପସଭାପତି ଲାଲI ସଂଗ୍ରାମ କେଶରୀ ରାୟ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଡକ ସୁରକ୍ଷ୍ୟା ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସଦର ଥାନା ଅଧିକାରୀ ସରୋଜ କାନ୍ତ ସାମଲ ଜୋଗଦେଇ ଏହିଭଳି କାର୍ଯ୍ୟକର୍ମକୁ ଭୁଇୟସୀ ପ୍ରଶଂସI କରିଥିଲେ ,ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଶୁଭଙ୍କର ଜେନା,ସାଙ୍ଗଠନିକ ସମ୍ପାଦକ ବାସୁଦେବ ସ୍ୱାଇଁ, କୋଷାଧକ୍ଷ ଅତନୁ କୁମାର ସ୍ୱାଇଁ, ସହ କୋଷାଧକ୍ଷ ଜିତେନ୍ଦ୍ର ପ୍ରଧାନ,କାର୍ଯ୍ୟକାରିଣୀ ସଦସ୍ୟ ସୁଧାକର ଜେନା,ବାସୁଦେବ ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ,ଜ଼ିଲ୍ଲା ପୋଲିସ ବାହିନୀ ର ସହଯୋଗ ଓ ଯେ ପି ଭି ଟି ଆସୋସିଏସନ ର ସଦସ୍ୟ ମାନେ ସହଯୋଗ ଓ ଏଭଳି ସଚେତନତା କାର୍ଯ୍ୟ କ୍ରମକୁ ସହର ବIସି ଭୁୟସୀ ପ୍ରଶଂସା କରିଥିଲେ,ଆଗାମୀ ଦିନରେ ଆହୁରି ଜନହିତକର କାର୍ଯ୍ୟକ୍ରମ ହାତକୁ ନେବ ଆସୋସିଏସନ ବୋଲି କହିଛନ୍ତି ଏହାର ସଦସ୍ୟ , (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed