April 28, 2026

ହିନ୍ଦୁ ରୀତିନୀତି ଅନୁଯାୟୀ ମୃତ ମାଙ୍କଡର ଅନ୍ତିମ ସଂସ୍କାର ..

IMG-20250720-WA0017
Share

 

 

ବୋଲଗଡ଼,୨୦/୦୭(ଉପାନ୍ତ ଖବର): ମାଙ୍କଡ଼ର ବିଦ୍ୟୁତ ଆଘାତ ଜନିତ ମୃତ୍ୟୁକୁ ନେଇ ଅରଖପଲ୍ଲୀ ଗ୍ରାମ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ମଣିଷ ମୃତ୍ୟୁ ପରେ ଯେପରି ଶବ ସତ୍କାର କରାଯାଇଥାଏ, ଠିକ ସେହିପରି ଗ୍ରାମବାସୀ ମାଙ୍କଡ଼ଟିର ଶବ ସତ୍କାର କରିଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅରଖପଲ୍ଲୀ ଗ୍ରାମରେ।ଚୌକିରେ ଫୁଲ ସଜାଇ ମାଙ୍କଡ଼ର ମୃତଦେହକୁ ବସାଇ ସିନ୍ଦୂର,ଫୁଲମାଳ,ସାଲୁକନା ଓ ଧୁପକାଠି ଲଗାଇ ଘଣ୍ଟ ମୃଦଙ୍ଗ ସହ କୀର୍ତ୍ତନ କରି ହରିବୋଲ ଓ ଜୟ ବଜରଙ୍ଗିବାଲି ନାରାରେ ଗାଁ ବୁଲାଇ ମଶାଣିକୁ ନେଇଥିଲେ । ଶେଷରେ ମଶାଣିରେ ମାଟି ଖୋଳି ଗ୍ରାମବାସୀମାନେ ମାଙ୍କଡ଼ର ମୃତଦେହକୁ ପୋତି ଦେଇଥିଲେ।

ମାଙ୍କଡ଼ର ମୃତ୍ୟୁକୁ ନେଇ ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି । ମାଙ୍କଡ଼ର ଶବ ସତ୍କାର କରିବା ସହ ଦଶାହ କ୍ରିୟା ୨୯ତାରିଖ ମଙ୍ଗଳ ବାର କରିବେ ବୋଲି ଧାର୍ଯ୍ୟକରିଛନ୍ତି ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।