May 18, 2024

ଉମରକୋଟ ଠାରେ ଗ୍ରୀଷ୍ମ କାଳୀନ ଭାର ଉତଳନ କ୍ୟାମ୍ପ ଆରମ୍ଭ…….

Share

 

 

ଉମରକୋଟ – ରାଜ୍ୟ ସରକାର ଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ସମଗ୍ର ପ୍ରଥମ ଫେଜ ରେ ଓରିଶା ର ୨୬ ଟି ସହର ରେ ଗ୍ରୀଷ୍ମ କାଳୀନ ଭାର ଉତ୍ତୋଳନ କ୍ୟାମ୍ପ ଆରମ୍ଭ ହେଇ ଥିବା ବେଳେ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ଠାରେ ମଧ୍ୟ ୧୫ତାରିଖ ରୁ ଆରମ୍ଭ ହେଇଛି। ଏହି କେମ୍ପ ବିକୁ ପଟନାୟକ ଷ୍ଟ।ଡିଅମ ଠାରେ ଆରମ୍ଭ ହେଇଛି ଓ ଏହା ୩୦ ତାରିଖ ଯାଏ ଚାଲିବ। ଓ ଦ୍ଵିତୀୟ ଫେଜ ମେ 6 ରୁ ଆରମ୍ଭ ହେଇ ୨୦ ଯାଇଁ ଚାଲିବ। ସମଗ୍ର ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ୨୫୦ଜଣ କ୍ରିଡ଼ା ବିତ ଅଂଶ ଗ୍ରହଣ କରୁଛନ୍ତି। ସେଥି ମଧ୍ୟରୁ ୧୫୦ ଜଣ ପୁଅ ଓ ୧୦୦ ଜଣ ଝିଅ ଏହି କ୍ୟାମ୍ପ ରେ ଅଂଶ ଗ୍ରହଣ କରୁଛନ୍ତି। ପ୍ରତି ଦିନ ସନ୍ଧ୍ୟା ରେ ୪ ଟା ରୁ ୫.୩୦ ଯାଏଁ ତାଲିମ ପ୍ରଦାନ କରାଯାଉଛି। ରାଜ୍ୟ କ୍ରିଡ଼ା ବିଭାଗ ଜାତୀୟ ଭାର ଉତଳନ ଚମ୍ପିୟାନ ନକୁଳ ସାନ୍ତ। ଙ୍କୁ ମୂଖ୍ୟ କୋଚ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। କ୍ୟାମ୍ପ ସରିବା ପରେ ଭୁବନେଶ୍ଵର ରୁ ଏକ ଟିମ୍ ଆସି ସଫଳ କ୍ରିଡ଼ା ବିତ ଙ୍କୁ ଚୟନ କରି ନେଇ ଭୁବନେଶ୍ବର ଠାରେ ଥିବା କ୍ରୀଡ଼ା ହଷ୍ଟେଲ ରେ ରଖି ତାଲିମ୍ ପ୍ରଦାନ କରାଯିବ ବୋଲି କ୍ରୀଡ଼ା ଶିକ୍ଷକ ସପନ ବୈରାଗୀ ସୁଚନା ଦେଇଛନ୍ତି। କ୍ରୀଡ଼ା ଶିକ୍ଷକ ସପନ ବୈରାଗୀ ଓ ଭିଜୟ କୁମାର ତାଲିମ ପ୍ରଦାନ ବେଳେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସଂପୂର୍ଣ୍ଣ ସହୋଜଗ କରୁଛନ୍ତି।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)