May 18, 2024

ଏଲ.ଇ.ଡି.ଲାଇଟ ରହସ୍ୟ ତଥ୍ୟ ପ୍ରଦାନ କରିପାରୁ ନାହାଁନ୍ତି ବ୍ଲକ କର୍ତ୍ତୃପକ୍ଷ ….

Share

କୋରାପୁଟ, କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଥିବା ଗ୍ରାମ ଗୁଡିକରେ ଏଲଇଡି ଲାଇଟ ଗୁଡ଼ିକ ବିଦ୍ୟୁତ୍ ଖୁଣ୍ଟ ଗୁଡିକରେ ଖଞ୍ଜା ଯାଇଥିବା
ଦେଖିବାକୁ ମିଳୁଛି ହେଲେ ଏହି ଲାଇଟ ଯୋଗାଣ ରେ ବହୁତ ଦୁର୍ନୀତିର ଗନ୍ଧ ବାରି ହେଉଥିବା ଗ୍ରାମବାସୀ ଗଣମାଧ୍ୟମ କୁ ସୂଚନା ଦେଇ ଥିବା ଜଣାଯାଇଛି। ସୂଚନା ଅନୁସାରେ କେଉଁ ଯୋଜନା ରୁ ଖର୍ଚ୍ଚ ହୋଇଛି ଯୋଗାଣ ସଂସ୍ଥା ର ନାମ ଓ ଲାଇଟ ର ପ୍ରକୃତ ମୂଲ୍ୟ କେତେ ଆଉ କେତେ ଚଢା ଦରରେ ବିଲ କରାଯାଉଛି ଏବଂ ଗୋଟିଏ ଗ୍ରାମ ରେ ଲାଇଟ ଲଗାଯାଇ ବିଲ ହବା ପରେ ସେହି ଏକା ଲାଇଟ କୁ ଅନ୍ୟ ଗ୍ରାମକୁ ନେଇ ବିଲ କରାଯାଉଥିବା ସାଧାରଣ ରେ ଚର୍ଚ୍ଚା ଆରମ୍ଭ ହୋଇ ଥିବା ଜଣାଯାଇଛି I ଏ ନେଇ ସହକାରୀ ଯନ୍ତ୍ରୀ ସନ୍ତୋଷ ବାଗସିଂ ଙ୍କୁ ଯୋଗାଯୋଗ କରିବାରୁ ବରିଷ୍ଟ ରାଜସ୍ୱ ସହାୟକ ରାଜେଶ ଲାଇଟଲଙ୍କ ଠାରୁ ତାଲିକା ନେଇ ଯାଆନ୍ତୁ ବୋଲି ପ୍ରକାଶ କରିଥିଲେ।ଏ ଭଳି ଦୁହେଁ ଏକ ସପ୍ତାହ ରୁ ଉର୍ଦ୍ଧ ଦିନ ହେବ କୌଣସି ତଥ୍ୟ ପ୍ରଦାନ କରି ନ ଥିବାରୁ ଅଞ୍ଚଳ ବାସୀ ଲାଇଟ ଯୋଗାଣ ର ଅନିୟମିତତା କୁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବୀ କରିଛନ୍ତି।କୁନ୍ଦ୍ରା ବ୍ଲକରେ ମଧ୍ୟ ଏହି ଏଲଇଡି ଲାଇଟ ର ଅନିୟମିତତା ହୋଇ ଥିବାର ଅଭିଯୋଗ ହେଉଅଛି ଭିଜିଲାନ୍ସ ତଦନ୍ତ କଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଆଲୋଚନା ହେଉଛି।(ହରିଶ କୁମାର ପଟ୍ଟନାୟକ)