May 10, 2026

ପୁରୀରେ ଅଲ ଇଣ୍ଡିଆ ପଞ୍ଜାବ ନେସନାଲ ବ୍ୟାଙ୍କର ପେନସନ ଭୋଗୀ ଏବଂ ଅବସରପ୍ରାପ୍ତ ଆସୋସିଏସନ ଦ୍ଵିତୀୟ ତ୍ରିକୋଣୀୟ ସମ୍ମିଳନୀ ଅନୁଷ୍ଠିତ ..

IMG-20250320-WA0011
Share

ଚଳିତ ମାସ ୧୯ ଓ ୨୦ ତାରିଖ ପୁରୀରେ ଆୟୋଜିତ ହୋଇଥିବା ଅଲ ଇଣ୍ଡିଆ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ପେନସନଭୋଗୀ ଏବଂ ଅବସରପ୍ରାପ୍ତ ଆସୋସିଏସନ୍ ର ଦ୍ୱିତୀୟ ତ୍ରିକୋଣୀୟ ସମ୍ମିଳନୀ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଯେଉଁଠାରେ ପ୍ୟାନ୍ ଇଣ୍ଡିଆରୁ ଉଚ୍ଚ କାର୍ଯ୍ୟନିର୍ବାହୀମାନେ ଅଂଶଗ୍ରହଣ କରିଥିଲେ ।ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା ପରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଅନନ୍ତ ଚନ୍ଦ୍ର ମହାନ୍ତି ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରିଛନ୍ତି। ତା’ପରେ ଚେୟାରମ୍ୟାନ୍ ଆଶିସ୍ ସେନ୍ ଆସୋସିଏସନର ଭୂମିକା କ’ଣ ବୋଲି ଆଲୋକପାତ କରିଛନ୍ତି। ତା’ପରେ ଗେବରାଲ୍ ସେକ୍ରେଟାରୀ ଶକ୍ ହରନ୍ ପ୍ରସାଦ ସିଂ ଆସୋସିଏସନର ପ୍ରଦର୍ଶନ ଉପରେ ବିଚାର ବିମର୍ଶ କରିଛନ୍ତି। ମୁଖ୍ୟ ପରାମର୍ଶଦାତା କେ ଡି ଖେରା ସରକାରଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ।ଏହି ଅବସରରେ CSR କାର୍ଯ୍ୟକଳାପ ମାଧ୍ୟମରେ ଅନାଥ ଛାତ୍ରମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଥିଲା ।ତା’ପରେ ରାଜ୍ୟ ସଚିବ ପ୍ରଣବ କୁମାର ପଟ୍ଟନାୟକ ଆସୋସିଏସନର ରିପୋର୍ଟ ଉପସ୍ଥାପନ କରିଥିଲେ। ତା’ପରେ ରିଟର୍ଣ୍ଣିଂ ଅଫିସର ଅଶୋକ ପଟ୍ଟାନାୟକଙ୍କ ଦ୍ୱାରା ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା। ତା’ପରେ ସଚିବଙ୍କ ରିପୋର୍ଟ ଉପରେ ଅଶୋକ କୁମାର ମିଶ୍ର ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଉମାକାନ୍ତ ଦାସଙ୍କ ଦ୍ୱାରା ଦିଆଯାଇଥିବା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପୁସ୍କର ତାରାଇ ଏବଂ ଶ୍ରୀ ସମରେନ୍ଦ୍ର ପଣ୍ଡାଙ୍କ ଦ୍ୱାରା ସଭା ପରିଚାଳିତ ହୋଇଥିଲା ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ