May 11, 2026

Busy Bees Academy ର ବାର୍ଷିକ ଉର୍ତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି ..

IMG-20250120-WA0016
Share

ଆଜି ପୁରୀ ସଂସ୍କୃତି ଭବନ ସଭାଗୃହ ରେ ପୁରୀ ସହରର ଏକ ଭିନ୍ନ ଧରଣର ଶିକ୍ଷାନୁଷ୍ଠାନ Busy Bees Academy ର ବାର୍ଷିକ ଉର୍ତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଏକାଡେମୀ ର ଅଧକ୍ଷ ଦେବାଶ୍ରିତ ମହାନ୍ତିଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅତିଥିଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ସଂଜୀବ କୁମାର ଦାସ, ଏକାଡେମୀର ଅଧକ୍ଷା ସଂଘମିତ୍ରା ଦାସଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଞ୍ଚାସିନ ହୋଇ ବିଭିନ୍ନ ପ୍ରତିଯୋଗିତା ରେ ଉତୀର୍ଣ୍ଣ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିବା ସହିତ ଉତ୍ସାହିତ କରିଥିଲେ l ପରେପରେ ଏକାଡେମୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଆଶିଷ ରଥ, ରେଣୁକା ମିଶ୍ର, ମଞ୍ଜୁଲତା ରଥଙ୍କସହିତ ବିଦ୍ୟାଳୟ ର କର୍ମକର୍ତ୍ତା ଓ ଅଭିଭାବକମାନେ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ