May 11, 2026

ପକ୍ଷୀଙ୍କ କାକଳିରେ ଗୁଞ୍ଜରିତ ହୀରାକୁଦ ଜଳଭଣ୍ଡାର  ସାଢେ ୩ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ 

IMG-20250120-WA0012
Share

 

 

ସମ୍ବଲପୁର, ୨୦/୧(ରାଜାରାମ ଷଡ଼ଙ୍ଗୀ): ବିଦେଶାଗତ ପକ୍ଷୀଙ୍କ ମେଳରେ ହସୁଛି ହୀରାକୁଦ ଜଳଭଣ୍ଡାର। ଶୋଭାମୟ ହୋଇଛି ପ୍ରକୃତିର କୋଳ। ଜନରବ କାକଳିରେ ଗୁଞ୍ଜରିତ ହେଉଛି ସାରା ଇଲାକା।

 

ଚଳିତ ବର୍ଷ ପାଖାପାଖି ୩.୭୭ ଲକ୍ଷ ପକ୍ଷୀ ହୀରାକୁଦ ଜଲଭଣ୍ଡାରକୁ ଆସିଥିବା ପ୍ରଥମ ଆକଳନ କରାଯାଉଛି । ଏଥିରେ ସାଇବେରିଆ, ରୁଷିଆ, ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ସହିତ ଏସିଆର ବିଭିନ୍ନ ଅଞ୍ଚଳରୁ ଆସିଥିବା ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ।ଚଳିତ ବର୍ଷ ୧୨୨ ପ୍ରଜାତିର ପକ୍ଷୀ ଆସିଛନ୍ତି। ଯାହାକି ଗତବର୍ଷ ଆସିଥିବା ୧୧୩ ପ୍ରକାର ପ୍ରଜାତି ଠାରୁ ଅଧିକ ଅଟେ |ତେବେ ଏହି ଆକଳନ ଆଉ ଦିନେ ଦି ଦିନ ଭିତରେ ସ୍ପଷ୍ଟ ହୋଇଯିବ।

 

ପ୍ରାୟତଃ ଡିସେମ୍ବର ଜାନୁୟାରୀ ମାସ ବେଳକୁ ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ।୪୯୬.୬୦ ବର୍ଗ କିଲୋମିଟରକୁ ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ଆସିଥାଆନ୍ତି। ଯାହା ୧ ବର୍ଗ କିଲୋମିଟରରୁ ୪୦ ବର୍ଗ କିଲୋମିଟର ମଧ୍ୟରେ ରହିଛି। ଏଥିପାଇଁ ସମ୍ବଲପୁର, ହୀରାକୁଦ ଏବଂ ଝାରସୁଗୁଡ଼ା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ୨୧ ସେକ୍ଟରରେ ପକ୍ଷୀ ଗଣନା କରାଯାଇଛି। ଏଥିପାଇଁ ୩୨ ଟିମ ଗଠନ କରାଯାଇଛି। ୩୨ ବୋଟରେ ୭୦ ପକ୍ଷୀ ବିଶେଷଜ୍ଞ ସାମିଲ ହୋଇଥିଲେ। ପ୍ରତ୍ୟେକ ସେକ୍ଟରରେ ଆସିଥିବା ପକ୍ଷୀ ଅନ୍ୟ ଠାରୁ ଭିନ୍ନ ଥିଲେ । ସେମାନେ ନୂଆଁ ନୁଆଁ ଅଭିଜ୍ଞତା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ମିଳିଥିବା ଆକଳନ ଅନୁଯାୟୀ, ଚଳିତ ବର୍ଷ ୫ ବର୍ଷ ମଧ୍ୟରେ ଆସିଥିବା ପକ୍ଷୀ ତୁଳନାରେ ସର୍ବାଧିକ ଅଟେ। ୨୦୨୪ ମସିହାରେ ଏଠିକୁ ୧୧୩ ପ୍ରକାରର ୩ ଲକ୍ଷ ୪୨ ହଜାର ୩୪୫ ପକ୍ଷୀ, ୨୦୨୦ ମସିହାରେ ଏଠାରେ ୯୩ ପ୍ରକାରର ୯୭ ହଜାର ୮୯୯, ୨୦୨୧ ମସିହାରେ ୯୮ ପ୍ରକାରର ୧ ଲକ୍ଷ ୨୪ ହଜାର ୮୬୪, ୨୦୨୨ ମସିହାରେ ୧୦୪ ପ୍ରକାରର ୨ ଲକ୍ଷ ୦୮ ହଜାର ୬୩୪, ୨୦୨୩ ମସିହାରେ ୩ ଲକ୍ଷ ୧୬ ହଜାର ୬୭୬ ପକ୍ଷୀ ଆସିଥିବା ନେଇ ରେକର୍ଡ କରାଯାଇ ଥିଲା ତେବେ ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗି ହୀରାକୁଦ ଜଳଭଣ୍ଡାର ବିଦେଶାଗତ ପକ୍ଷୀଙ୍କ ପର୍ଯ୍ୟଟନ ପାଲଟିଛି।