May 11, 2026
ajiro khabar
Share

 

୧-ଭୁବନେଶ୍ୱର: ପୂରଣ ହେବ ନୂଆ ୨୦୦୦ ଟ୍ରାଫିକ ପୋଲିସ ପଦ, ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ସାଇବର ପୁଲିସ ଥାନା।

 

୨-ଭୁବନେଶ୍ୱର:୫ ଡିଗ୍ରୀ ଖସିଲା ପାରଦ,୪ ଜିଲ୍ଲାରେ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣି ଜାରି।

 

୩-ଚନ୍ଦ୍ରଶେଖରପୁର:ପଥ ଉତ୍ସବ,ଶିତୁଆ ସକାଳରେ ନାଚିଲେ,ଗାଇଲେ ଓ ଝୁମିଲେ ଛୋଟ ଛୋଟ ପିଲା।

 

୪-ନୁଆ ଦିଲ୍ଲୀ: ଭାରତ ପୁରୁଷ ଓ ମହିଳା ଖୋ ଖୋ ବିଶ୍ଵ ବିଜେତା।

 

୫-ରାଜନଗର:ବଢିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ।

 

୬-କିଟ୍‍ ପରିସରରେ ଚାଲିଥିବା ବିଶ୍ୱମୁକ୍ତି ଅଷ୍ଟମ ତ୍ରି-ଦିବସୀୟ ରାଷ୍ଟ୍ରୀୟ କର୍ମଶାଳା ଓ ବହୁଭାଷୀ କାବ୍ୟପାଠ ଉଦ୍‍ଯାପିତ, ଯୋଗଦେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି।

 

୭-ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ନିୟୋଜିତ ହୋଇଛନ୍ତି ୨୨ଟି ଟିମ୍

 

୮-ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପାଇଁ ଜାରି ହେବ ମାର୍ଗଦର୍ଶିକା ! – ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

 

୯-ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଖୋଜୁଛି ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ।

 

୧୦-ଯାନ୍ତ୍ରୀକ ତୃଟି ପାଇଁ ମଝି ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା, ଭୟ ଓ ଆତଙ୍କରେ ୫୦ ଯାତ୍ରୀ।

 

୧୧-ମଞ୍ଚେଶ୍ବର ସତ୍ୟ ବିହାର:ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ, ଏଯାଏଁ ଧରାପଡ଼ିନି ମୁଖ୍ୟ କାର୍ପଟଦାର।

 

୧୨-ସବୁ ନିୟମକୁ ଫୁ’: ପ୍ରଶାସନ-ପୋଲିସକୁ ଖୋଲା ଚ୍ୟାଲେଞ୍ଜ; ପୁଣି ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ ହେଲା ଭାଇରାଲ।

 

୧୩-ଛଚିଣା ଗୁଆମାଳ ପ୍ରାଥମିକ ବିଦ୍ୟାଳୟର ଦୁର୍ନୀତି ଖବର ପ୍ରସାରିତ ହେବା ପରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କ ଫୋନରେ ଧମକ: ୭ଟା ଓକିଲ ପୋଷିଛନ୍ତି,ମିଛ କେସ୍ ରେ ପକାଇ ଥାନାକୁ ଟାଣିବେ।

 

୧୪-ମାରଜୁଆନା ମାୟାରେ ପଡିଛି ଭୁବନେଶ୍ୱର । ଗୋଟିଏ କିଲୋକୁ କୋଟିଏ ଟଙ୍କା, ମହିଳା ସାଜିଛନ୍ତି ମାଷ୍ଟରମାଇଣ୍ଡ ।

 

୧୫-ସହରରେ ବଢ଼ୁଛି କଳା ମୁଗୁନୀ ପଥରରେ ତିଆରି ଶିଳ ଓ ଘୋରଣାର ଆଦୃତି । ଜିନିଷ କିଣିବାକୁ ଲୋକଙ୍କ ଭିତରେ ବଢୁଛି ଆଗ୍ରହ ।

 

୧୬-ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ଡ. ଗୋପାଳ ଚନ୍ଦ୍ର କରଙ୍କ ୮୦ ବର୍ଷ ବୟସରେ ପରଲୋକ।

 

୧୭-ପାରାଗ୍ଲାଇଡିଂ ବେଳେ ଦୁର୍ଘଟଣା, ମହିଳା ପର୍ଯ୍ୟଟକ ସହ ପ୍ରଶିକ୍ଷକଙ୍କ ମୃତ୍ୟୁ, ଉତ୍ତର ଗୋଆର କେରି ଅଞ୍ଚଳରେ ଘଟିଛି ଦୁର୍ଘଟଣା।

 

୧୮-ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ, ଶାସ୍ତ୍ରୀ ବ୍ରିଜ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ, କ୍ଷୟକ୍ଷତି ଅସ୍ପଷ୍ଟ।

 

୧୯-କୋଲ୍ ଇଣ୍ଡିଆ ଲିମିଟେଡ୍‌ରେ ପୂରଣ ହେବ ମ୍ୟାନେଜମେଣ୍ଟ ଟ୍ରେନି ପଦବୀ।ଏନେଇ CIL ଏକ ବିଜ୍ଞପ୍ତି ପ୍ରକାଶ କରିଛି।

 

୨୦-ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରାଜଧାନୀ ଦିଲ୍ଲୀରୁ ତଡାଖାଇଲେ ୧୧ଶହ ଅଭ୍ୟାସଗତ ଅପରାଧୀ।

 

୨୧-ବିବାହ ବନ୍ଧନରେ ଆବଦ୍ଧ ହେଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା,ହିମାନୀଙ୍କୁ ବିବାହ କରିଥିବା ସୂଚନା ଦେଇଛନ୍ତି।

 

୨୨-ପାକ ଅଧିକୃତ କାଶ୍ମୀରରୁ ମିଳିଥିବା ସଂସ୍କୃତ ଶିଳାଲେଖର ଅର୍ଥ ବାହାର କରିଛି ଏଏସଆଇ।

 

୨୩-ଶପଥ ନେବେ ଟ୍ରମ୍ପ । ରାତ୍ରି ଭୋଜନରେ ଟ୍ରମ୍ପଙ୍କ ସହ ସାମିଲ ହେଲେ ମୁକେଶ ଏବଂ ନୀତା ଅମ୍ବାନୀ।

 

୨୪-ଭାରତରେ ବଢ଼ୁଛି BYDର ବିକ୍ରି, ସୁଲଭ ମୂଲ୍ୟରେ ପ୍ରିମିୟମ କାର ଲଞ୍ଚ୍ କରିବାକୁ ଚାଇନିଜ୍ କାର ନିର୍ମାତା କରୁଛି ଯୋଜନା

 

🙏 *ସୁପ୍ରଭାତ* 🙏