May 11, 2026

ଉମରକୋଟ ଠାରେ ଦିନ ଦ୍ବିପହର ରେ ସୁନା ଚୋରି………….

IMG-20250120-WA0007
Share

 

 

ଉମରକୋଟ(ଏମ୍.ଦିନା°ଶୁ ଆଚାରୀ) ଦିନ ଦ୍ବିପହର ରେ ସୁନା ଚୋରି କରି ଚୋର ଫେରାର, ଦୋକାନୀ ଅବାକ ହୋଇ ରହିଗଲେ।ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଥିବା ପୁରାତନ ବସ ଷ୍ଟାଣ୍ଡ ର ଡେଲି ମାର୍କେଟ ରେ ଥିବା ପୂଜା ସୁନା ଦୋକାନରେ। ସୂଚନା ଅନୁଯାୟୀ ସୁନାର ଲକେଟ୍ କିଣିବାକୁ ଦୁଇ ଜଣ ବ୍ୟକ୍ତି ଆସି ଚୋରି କରି ନେଲେ ଦେଢ ଲକ୍ଷରୁ ଅଧିକ ଟଙ୍କାର ସୁନା ମୁଦି। ଏନେଇ ଦୋକାନ ମାଲିକ ଶମ୍ଭୁ କର୍ମକାର ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶମ୍ଭୁ ଙ୍କ ଏତଲା ଅନୁସାରେ ଦୁଇ ଜଣ ଅଜଣା ଗ୍ରାହକ ଗତକାଲି ଦିନ ୧୨ ଘଂଟିକା ସମୟରେ ସୁନାର ଲକେଟ୍ କିଣିବାକୁ ଆସିଥିଲେ। ଏହି ଦୁଇ ଅଜଣା ଗ୍ରାହକ ୩୨୦୦ ଟଙ୍କା ଦେଇ ସୁନାର ଲକେଟ୍ କିଣିଥିଲେ। ଏହି ସମୟରେ ଶମ୍ଭୁ ଙ୍କ ମୋବାଇଲ କୁ ଫୋନ୍ ଆସିବାରୁ ଶମ୍ଭୁ ଫୋନରେ ବ୍ୟସ୍ତ ହୋଇଗଲେ। ଏହାର ସୁଯୋଗ ନେଇ ଅଜଣା ଦୁଇ ଗ୍ରାହକ ଶମ୍ଭୁ ଙ୍କ ଡ୍ରରୁ ୫ ଟି ୩୦ଗ୍ରାମ ର ସୁନା ମୁଦି ଯାହାର ମୂଲ୍ୟ ଆନୁମାନିକ ଦେଢ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ଚୋରି କରି ନେଇଯାଇଥିଲେ। ଏନେଇ ଶମ୍ଭୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ଦୋକାନରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ସିସିଟିଭି ଫୁଟେଜ ଯାଞ୍ଚ ପରେ ଅଭିଯୁକ୍ତ ମାନେ ସୁନା ଚୋରି କରି ନେଇ ଥିବା ଜଣାପଡିଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଦୁଇ ଅଜଣା ଗ୍ରାହକ ଙ୍କ ବିଭିନ୍ନ ଦିଗରେ ଅନୁସନ୍ଧାନ ଚଳାଇଥିବା ଭାର ପ୍ରାପ୍ତ ଥାନା ଅଧିକାରୀ ଶିବଜି ପଣ୍ଡା କହିଛନ୍ତି।