May 11, 2026

ଉମରକୋଟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଦ୍ଵାରା ସଡକ ସୁରକ୍ଷା ସପ୍ତାହ ପାଳନ…….

IMG-20250120-WA0005
Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଦ୍ଵାରା ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ପୁରୁଣା ବସଷ୍ଟାଣ୍ଡ ଠାରୁ ଏକ ପଦଯାତ୍ରାରେ ବାହାରି ସହର ପରିକ୍ରମା କରି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପର୍ଯ୍ୟନ୍ତ ଆସିଥିଲା । ଏହି ସଡକ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଙ୍କ ସମେତ ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୟ କୁମାର ଠାକୁର, ଟ୍ରେନିଂ ଅଫିସର ପ୍ରଦୀପ କୁମାର ବର୍ମନ, ବରିଷ୍ଠ ପ୍ରଶିକ୍ଷକ ସୌରଭ ମିଶ୍ର, ଥାନା ଅଧିକାରୀ ଏବଂ ପୁଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସଡକ ସୁରକ୍ଷା ନିୟମ ବିଷୟରେ ଛାତ୍ର ଛାତ୍ରୀ, ଜନସାଧାରଣ ବାଇକ ଆରୋହି ଏବଂ କାର ଆରୋହି ମାନଙ୍କୁ ବୁଝାଇଥିଲେ। ରାସ୍ତାରେ ଜିବା ଆସିବା କରୁଥିବା ଗାଡି ମୋଟର, ଯାନବାହାନ ଚାଳକଙ୍କୁ ହେଲମେଟ ପିନ୍ଧିବା ର ତାତ୍ପର୍ଜ୍ୟ ବିଷୟରେ ବୁଝାଇଥିଲେ। ହେଲମେଟ ପିନ୍ଧିଥିବା ଏବଂ ସିଟ ବେଲ୍ଟ ପିନ୍ଧିଥିବା ଚାଳକ ମାନଙ୍କୁ ଉପହାର ଦେଇ ପୁରଷ୍କୃତ କରଯାଇଥିଲା । ନପିନ୍ଧିଥିବା ଚଳାଳି ମାନଙ୍କୁ ଗୋଲାପ ଫୁଲ ଉପହାର ଦେଇ ସଚେତନ କରାଯାଇ ଥିଲା। ଏହି ସଚେତନ କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ଡାକୁଆ, ସିଂରାଇ ମୁର୍ମୁ, ଆଶିଷ କୁମାର ନାୟକ, ଜାନୁରମ ସୋରେନ, ସୂରଜ ସାମନ୍ତସିଂହାର, ପ୍ରଦ୍ଧୋଷ ମହାପାତ୍ର, ଦିପ୍ତିମୟୀ ସିଂହାରୀ, ସଞ୍ଜୁକ୍ତା କୁମାରୀ ଡାକୁଆ, ଅଜୟ ସାହୁ, ଇପ୍ସିତା ସାମଲ ଏବଂ ବାଲାଜୀ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ I