April 29, 2026

ରାୟଗଡ଼ା ବ୍ଲକ ଗଣ୍ଡହାତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲାସ୍ତରୀୟ ଜୁନିଅର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ

IMG-20251219-WA0065
Share

ପାରଳାଖେମୁଣ୍ଡି:୧୮/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଗଣ୍ଡାହାତୀ ଠାରେ ଏକାଦଶତମ ଜିଲ୍ଲା ଜୁନିଅର ରେଡକ୍ରସର ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜୁନିଅର ରେଡକ୍ରସର ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ମାୟାଧର ସାହୁଙ୍କ ଅଧକ୍ଷ୍ୟତାରେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପାରଳାଖେମୁଣ୍ଡି ରୁପେଶ କୁମାର ପାଣିଗ୍ରାହୀ, ବିଶିଷ୍ଟ ଅତିଥି ରୂପେ ଅତିରିକ୍ତ -ଜିଲ୍ଲାପାଳ ଦାଇତ୍ୱରେ ଥିବା ମୁନିନ୍ଦ୍ର ହୋନନାଗା, ସମ୍ମାନିତ ଅତିଥି ରୂପେ ବ୍ଲକ ଅଧକ୍ଷା, ରାୟଗଡ ପୂର୍ଣ୍ଣବାସୀ ନାୟକ, ଉପଧ୍ୟକ୍ଷା ରାୟଗଡ ଜ୍ୟୋତି ପ୍ରସାଦ ପାଣି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟଗଡ ସନ୍ତୋଷ କୁମାର ବାରିକ, ଜିଲ୍ଲା ପରିଷଦ ସଭ୍ୟା -୧୩ ନଂ ଜୋନ ଗୌତମୀ ଜାନୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସଲମନ ରାଇକା, ସରପଞ୍ଚ ଗଣ୍ଡାହାତି ଜ୍ୟୋସ୍ନା କୁମାରୀ ମଣ୍ଡଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ ଦଳାଇ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ସମ୍ପାଦକ ସୁରେନ୍ଦ୍ର କୁମାର ପାତ୍ର, ଜିଲ୍ଲା ଜୁନିଅର ରେଡକ୍ରସ ସହ-ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ, ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସଂଜୀବ କୁମାର ଦାସ, ଜିଲ୍ଲା ବରିଷ୍ଠ ସମ୍ବଳ ସାଧନ କର୍ମୀ ତଥା ଶିବିର ନିର୍ଦେଶକ ସୁବାଷ ଚନ୍ଦ୍ର ବିଷୋୟୀ, ଜିଲ୍ଲାର ବରିଷ୍ଠ ସମ୍ବଳ ସାଧନ କର୍ମୀ ସୁବାଷ ଚନ୍ଦ୍ର ସାହୁ,ଜିଲ୍ଲା ସମ୍ବଳ ସାଧନ କର୍ମୀ ମୁକ୍ତିକାନ୍ତ ମଲ୍ଲିକ, ରାୟଗଡ ବ୍ଲକ ସଂଯୋକ ନୀତେଶ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ୪୦୦ ଜଣ ଜୁନିଅର ଏବଂ ୧୫୦ ଜଣ ପରାମର୍ଶ ଦାତା ଅଂଶଗ୍ରହଣ କରିଥିଲେ। ଶିବିରକୁ ବରିଷ୍ଠ ସାଧନ କର୍ମୀ ସୁବାଷ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ ସୌମ୍ୟ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed