April 29, 2026

ଗଜପତି ଜିଲ୍ଲାପାଳ ଲମ୍ବା ଛୁଟିରେ….. ଜିଲ୍ଲାରେ ପ୍ରଶାସନିକ ସ୍ଥାଣୁତା, ବିକାଶମୂଳକ କାର୍ଯ୍ୟ ଠପ 

IMG-20251219-WA0064
Share

 

 

ପାରଳାଖେମୁଣ୍ଡି(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଜିଲ୍ଲାପାଳ ମଧୁମିତା ଦୀର୍ଘଦିନ ଧରି ଛୁଟିରେ ରହିବା ପରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଅଟକି ରହିଥିବା ଲକ୍ଷ୍ୟ କରାଯାଇଛି।ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଭାରପ୍ରାପ୍ତ ଜିଲ୍ଲାପାଳ ଦାୟିତ୍ୱ ତୁଲାଉ ଥିଲେ ମଧ୍ୟ ସରକାରୀ ଆଇନକାନୁନ ଅନୁଯାୟୀ ସମ୍ପୂର୍ଣ ଜିଲ୍ଲାପାଳ କ୍ଷମତା ମିଳିନାହିଁ. ତେଣୁ ବହୁ ଗୁରୁତ୍ୱପୁର୍ଣ କାର୍ଯ୍ୟକ୍ରମ ସମେତ ବହୁ ଜରୁରୀ ଫାଇଲ ଦସ୍ତଖତ ନ ହୋଇ ପଡିରହିଛି. ଏହାଦ୍ୱାରା ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପୂର୍ଣ ଭାବେ ଠପ ହୋଇଯାଇଛି. ବର୍ତ୍ତମାନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶଙ୍କର କେରେକେଟା ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଦୀର୍ଘଦିନ ଧରି ଲମ୍ବା ଛୁଟିରେ ରହିଛନ୍ତି। ଫଳରେ ଜିଲ୍ଲାରେ ଲୋକଙ୍କ ଦୈନନ୍ଦିନ ସମସ୍ୟା, ଉନ୍ନୟନ କାର୍ଯ୍ୟ ଓ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଦିନକୁ ଦିନ ପ୍ରଭାବିତ ହେବାରେ ଲାଗିଛି | ସେହିପରି ଜିଲ୍ଲାର ସବୁଠାରୁ ଗୁରୁତ୍ୱପୁର୍ଣ ଜିଲ୍ଲା ଯୋଗାଣ ଅଧିକାରୀ ପଦବୀ ଦୀର୍ଘ ଦିନ ଧରି ଖାଲି ପଡିଛି. ଗଜପତିରେ କାର୍ଯ୍ୟରତ ଯୋଗାଣ ଅଧିକାରୀଙ୍କ ଅବସର ପରେ ଏହି ପଦବୀ ପୂରଣ ହୋଇପାରିନାହିଁ. ଅନ୍ୟତମ ମୁଖ୍ୟ ପଦବୀ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ପଦବି ମଧ୍ୟ ଖାଲି ପଡ଼ିଛି | ଭାରପ୍ରାପ୍ତ ଅଧିକାରୀ କାର୍ଯ୍ୟ ତୁଲାଉଛନ୍ତି । ଜିଲ୍ଲା କ୍ରୀଡ଼ା ଅଧିକାରୀ ପର୍ଯ୍ୟଟନ ଅଧିକାରୀ ପଦବି ମଧ୍ୟ ଦୀର୍ଘ ବର୍ଷ ହେଲା ପୂରଣ ନ ହୋଇ ପଡ଼ିରହିଛି। ଜିଲ୍ଲାର ଅନେକ ବିଭାଗୀୟ ମୁଖ୍ୟ ମଧ୍ୟ ଛୁଟିରେ ଥିବା ବେଳେ ଭାରପ୍ରାପ୍ତ ଅଧିକାରୀ କାର୍ଯ୍ୟ ତୁଲାଉଛନ୍ତି | ସରକାର ଗଜପତି ଜିଲ୍ଲାର ଏଭଳି ସ୍ଥିତି ପ୍ରତି ତୁରନ୍ତ ଦୃଷ୍ଟି ଆକାଷଣ କରି ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି.

You may have missed