ଭିନ୍ନକ୍ଷମ,ବାର୍ଦ୍ଧକ୍ୟ ଓ ବିଧବା ମାନଙ୍କ ପାଇଁ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ଶିବିର

ସମ୍ବଲପୁର(ରାଜା ରାମ ଷଡ଼ଙ୍ଗୀ)ଭିନ୍ନକ୍ଷମ,ବାର୍ଦ୍ଧକ୍ୟ ଓ ବିଧବା ମାନଙ୍କ ପାଇଁ ଜୁଯୋମୁରା ବ୍ଲକ ନୁଆଁବରଙ୍ଗାମାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।
ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ଡାକ୍ତର ନୟନରାଜ,ଡାକ୍ତର ନିର୍ମଳ ଅଗ୍ରୱାଲ ଓ ଡାକ୍ତର ଚୈତନ୍ୟ ପ୍ରଧାନ ଚିକିତ୍ସା ପରାମର୍ଶ ଦେଇଥିବା ବେଳେ ସ୍ୱାସ୍ଥ୍ୟ ବୈଷୟିକ ଟିମ ସଞ୍ଜୁ ନାଏକ,ସତ୍ୟରୁପା ନାଥ,ହେନା ପ୍ରିୟଦର୍ଶିନୀ ନାଏକ ପ୍ରମୁଖ ଏହି ଶିବିରରେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ।ଶିବିରରେ ବିଜେପିର ବରିଷ୍ଠ ନେତା ତଥା ବିଶିଷ୍ଟ ସମାଜସେବୀ ଗୋବିନ୍ଦ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରି ସ୍ୱାସ୍ଥ୍ୟ ସେବା ଭଳି ପ୍ରକୃତ ସେବା ନାହିଁ। ଏଭଳି ସେବାରେ ଠିକ୍ ଲୋକଙ୍କୁ ଯୋଡି ଅସହାୟରେ ସହାୟତା କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ସେବିକା ସାହୁ, ଅମରେଶ ପ୍ରଧାନ,ନରେଶ ମହାନ୍ତି, ଦୁର୍ଗାମାଧବ ମିଶ୍ର,କିଶୋର ପ୍ରଧାନ, ବିକ୍ରମ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିବିର ପରିଚଳନାରେ ସହଯୋଗ ମଧ୍ୟ କରିଥିଲେ।ଏଥିରେ ରାଧା ଶ୍ରୀନିବାସ ସେବା ଟ୍ରଷ୍ଟ ପକ୍ଷରୁ ସମସ୍ତ ସହଯୋଗ ଦିଆଯାଇଥିଲା। ଶିବିରରେ ଶତାଧିକ ହିତାଧିକାରୀ ଉପକୃତ ହୋଇଥିଲେ।ଶିବିରରେ ଆଶା,ଅଙ୍ଗନୱାଡି କର୍ମୀ,ସିଆରପି, ଏମବିକେ ପ୍ରମୁଖ ସହଯୋଗର ହାତ ବଢ଼ାଇଥିଲେ।
