April 27, 2026

ଆୟୁର୍ବେଦ ପ୍ରବର୍ତ୍ତକ ଭଗବାନ ଧନ୍ବନ୍ତରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

IMG-20251019-WA0036
Share

ଡାକ୍ତର ରାଜାରାମ ଷଡ଼ଙ୍ଗୀ ଙ୍କୁ ଜାତୀୟ ଧନ୍ଵନ୍ତରୀ ସମ୍ମାନ ୨୦୨୫ ପ୍ରଦାନ

 

ସମ୍ବଲପୁର, ୧୯. ୧୦():ସ୍ୱାସ୍ଥ୍ୟ ସେବା ସହିତ ସମାଜ ସେବାରେ ସକାରାତ୍ମକ ମନୋଭାବ ପାଇଁ ସମ୍ବଲପୁର ଜିଲ୍ଲା ପଡିଆବାହଲ ର ଆୟୁର୍ବେଦ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଙ୍କୁ ଆଜି ପ୍ରଭୁ ଧନ୍ଵନ୍ତରୀ ଜୟନ୍ତୀ ଅବସରରେ ଜାତୀୟ ଧନ୍ଵନ୍ତରୀ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି।

 

ଆଜି କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭବନ, ଟାଉନହଲ ଠାରେ ଓଡିଶା ଆୟୁର୍ବେଦ ସେବା ସଂସ୍ଥା ପକ୍ଷରୁ ରାଜ୍ୟ ସ୍ତରୀୟ ଧନ୍ଵନ୍ତରୀ ଜୟନ୍ତୀସମାରୋହ ଓ ଆଲୋଚନା ଚକ୍ରରେ ଜଷ୍ଟିସ୍ ଡ଼ଃ. ବିଦ୍ୟୁତ୍‌ରଞ୍ଜନ ଷଡ଼ଙ୍ଗୀ, ଆଧ୍ୟାତ୍ମିକ ଗୁରୁ ଶ୍ରୀମଦ୍ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀ ଓ ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର କମଳଜିତ୍ ସିଂହ ପ୍ରଦାନ କରିଥିଲେ। ଏହି ସମୟରେ ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାସ, ବରିଷ୍ଠ ସାମ୍ବାଦିକ ବିଶ୍ଵନାଥ ସାମଲ, ଅବସର ପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକାରୀ ରାଜକିଶୋର ସ୍ଵାଇଁ, ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ରାଜୀବ ଷଡ଼ଙ୍ଗୀ, ଆଡ୍‌ଭୋକେଟ୍ ଅଜିତ କୁମାର ମହାପାତ୍ର ଓ ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ ଡା. ଦୀନବନ୍ଧୁ ମହାରଣା ଉପସ୍ଥିତ ଥିଲେ।

 

ଏହି ଅବସରରେ “ ସ୍ଵାସ୍ଥ୍ୟ ସନ୍ଦେଶ”ର ସ୍ଵତନ୍ତ୍ର ସଂଖ୍ୟା ଉନ୍ମୋଚନ ହେବା ସହ ଡାକ୍ତର ଷଡ଼ଙ୍ଗୀ ଙ୍କ ବ୍ୟତୀତ ଡଃ ଜଷ୍ଟିସ୍ ବିଦ୍ୟୁତ୍‌ରଞ୍ଜନ ଷଡ଼ଙ୍ଗୀ, ଅବସର ପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକାରୀ ରାଜକିଶୋର ସ୍ଵାଇଁ ଙ୍କୁ ମଧ୍ୟ୍ୟ ନିଜର କୃତିତ୍ୱ ପାଇଁ ଜାତୀୟ ଧନ୍ଵନ୍ତରୀ ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା।