November 15, 2024

କୋଟପାଡ଼ ମଛ୍ୟ ବିଭାଗରେ ପୁନଃରୁଦ୍ଧାର ଓ ମରାମତି କାମରେ ଅନିୟମିତତା କୁ ନେଇ ଜନ ସାଧାରଣ ରେ ଅସନ୍ତୋଷ.

Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଜାତୀୟ ରାଜପଥ କଡ଼ ରେ ମଛ୍ୟ ବିଭାଗ ର ଛୋଟ ଛୋଟ ପୋଖରି ଗୁଡିକୁ ପୁନଃରୁଦ୍ଧାର କରିବା ଏବଂ ମରାମତି କାମ ଚାଲୁ ରହିଛି କିନ୍ତୁ ଏହାର ଅଟକଳ ମୂଲ୍ୟ କିମ୍ବା କେଉଁ ବିଭାଗର କାମ ତାହାର ନାମ ଫଳକ ନ ଥିବାର ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା କୋଟପାଡ଼ ଅଞ୍ଚଳ ର ଗ୍ରାମାଞ୍ଚଳ ର ଲୋକେ ଚାଷ ଉପରେ ନିର୍ଭର କରୁଥିବା ବେଳେ ପ୍ରତ୍ୟକ ଗ୍ରାମାଞ୍ଚଳ ମାନଙ୍କରେ ଛୋଟରୁ ବଡ଼ ପୋଖରୀ ରହିଛି କିଛି ପୋଖରୀ ହିତାଧିକାରୀ ନିଜ ନିଜ ଜମି ମାନଙ୍କରେ ସରକାରୀ ସାହାଯ୍ୟ ରେ ବ୍ୟଙ୍କ ଋଣ କରି ପୋଖରୀ ଖୋନନ କରିଥିବା ବେଳେ କେତେକ ପୋଖରୀ ପଞ୍ଚୟତ ସୋହାୟତା ରେ ଖୋନନ ହେଇଛି l ଉକ୍ତ ପୋଖରୀ ଗୁଡିକ ମୁଖ୍ୟତଃ ପରିବା ଚାଷ ସହ ମାଛ ଚାଷ କରିବାକୁ ପ୍ରଯୁଜ୍ୟ ରହିଥିବା ବେଳେ ଏଠାରେ କିନ୍ତୁ ମାଛ ଯାଆଳା ମିଳୁ ନଥିବାରୁ ପଡୋଶୀ ରାଜ୍ୟ ଛତିଶ ଗଡ଼ ର ଯାଆଳା ବେପାରୀ ନିମ୍ନ ମାନର ଯାଆଳ ବିକ୍ରି କରି ମଲେ ମାଲ ହେଉଥିବାର ଦେଖିବାକୁ ମିଳୁଛି l

କୋଟପାଡ଼ ଅଞ୍ଚଳରେ ବହୁ ପୁରାତନ ସରକାରୀ ମାଛ ଯାଆଳା କେନ୍ଦ୍ର  ଥିଲେ ସୁଦ୍ଧା ଏଠାରେ କୌଣସି ପଦକ୍ଷେପ ନିଆଯାଇପାରୁ ନାହିଁ l କିନ୍ତୁ ମୋଛ୍ୟ ବିଭାଗ ତରଫରୁ ଏଠାରେ ଜଣେ ବିବାଗୀୟ ଅଧିକାରୀଙ୍କୁ ନିଯୁକ୍ତି ମିଳିଥିଲେ ସୁଦ୍ଧା କୌଣସି ପଞ୍ଚୟତ କିମ୍ବା ଗ୍ରାମାଞ୍ଚଳର ମାଛଚାଷ କରୁଥିବା ହିତାଧିକାରୀଙ୍କ ସହ ସାକ୍ଷାତ କରିନଥିବାର ଅଭିଯୋଗ ହେଉଛି l ଯୋଗାଯୋଗ କରିବାକୁ ଆସୁଥିବା ଲୋକେ ଫିସେରୀ କାର୍ଯ୍ୟଳୟ ଆସି ନିରାଶ ହେଉଥିବାର ମଧ୍ୟ ଅଭିଯୋଗ ହେଉଛି l ସହର ମଧ୍ୟରେ କେନ୍ଦୁଗୁଡା ଠାରେ ଫିସେର ଅଫିସ ରହିଥିଲେ ସୁଦ୍ଧା ଏଠାରେ କୌଣସି କର୍ମ ଚାରୀଙ୍କ ଦେଖାଦର୍ଶନ ମିଳୁନାହିଁ l କିନ୍ତୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଅଫିସ କୁ ନୂତନ ରୂପେ ନିର୍ମାଣ କରାଯାଇଛି,

ଠିକାଦାର ଗୃହ ଓ ପାଚେରୀ ନିର୍ମାଣ କରି ଏକ ବର୍ଷ ହେବ ଉକ୍ତ କାର୍ଯ୍ୟ କେତେ ଟଙ୍କା ଖର୍ଚ୍ଚ ହେଇଚି ସୂଚନା ଫଳକ ମଧ୍ୟ ନାହିଁ, ଏଭଳିକି ପୁରୁଣା ଫିସେରୀ ଫାର୍ମ ପୁନ୍ନ ଉଦ୍ଧାର ଏବଂ ୱାଚ ମେନ ଗୃହ ନିର୍ମାଣ ସହ ଫାର୍ମ ର ଚତୁର୍ପାଶ୍ୱରେ ସିମେଣ୍ଟ ପୋଟା ପଛେରୀ ନିର୍ମାଣ ଗତ କିଛିମାସ ହେବ ନିର୍ମାଣ କାର୍ଯ୍ୟ ଚାଲିଛି l ଉକ୍ତ ଫର୍ମରେ ପୁରୁଣା ଗାଡ଼ିଆ ଗୁଡିକ ମଝି ହିଡ଼ ଭୋଙ୍ଗା ଯାଇଛି ସେଗୁଡିକ ବଡ଼ ଗାଡ଼ିଆ ରୂପ ଦିଆଯାଇଛି, ଏ ବାବଦକୁ କେତେ ଟଙ୍କା ଖର୍ଚ୍ଚ କରାଯାଉଛି ତାହା ମଧ୍ୟ ସୂଚନା ଫଳକ ଦିଆଯାଇନାହିଁ l ଉକ୍ତ କାର୍ଯ୍ୟ ଗୁଡିକ କିଏ ତଦାରକ କରୁଛି କେଉଁ ଯନ୍ତ୍ରୀ କାର୍ଯ୍ୟ ସମୟରେ ଉପସ୍ଥିତ ରହୁଛନ୍ତି ତାହା କାହାକୁ ଜଣାନାହିଁ lଉକ୍ତ ବିଭାଗ ର ଅଧିକାରୀ ଙ୍କୁ ଯୋଗାଯୋଗ କଲେ କୌଣସି ସନ୍ତୋଷ ଜନକ ଉତ୍ତର ମିଳୁ ନାହିଁ ତୁରନ୍ତ ଟେଣ୍ଡେର ହୋଇଛି ନା ବିଭାଗୀୟ ଯନ୍ତ୍ରୀ ଙ୍କ ନାମରେ କାମ ଚାଲୁଛି ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକ୍ରୁତ ରହସ୍ୟ ଲୋକଲୋଚ ନ କୁ ଆସନ୍ତା ବୋଲି ଜନସାଧାରଣ ରେ ଦାବୀ ହେଉଥିବାର ଜଣା ଯାଇଛି.ଏହି କାମ ରେ ଶିଶୁ ଶ୍ରମିକ ଙ୍କୁ ମଧ୍ୟ ନିୟଜିତ କରାଯାଉଥିବା ଅଭିଯୋଗ ହେଉଅଛି.ବିବାଗର ଉଚ୍ଚ ସ୍ତୋରୀୟ କର୍ମଚାରୀ ଏବଂ ଠିକାଦାର ଙ୍କ ମଧ୍ୟରେକାର୍ଯ୍ୟ  ଚାଲୁ ରହିଥିବାର ଜଣାପଡୁଛି l ଏହାକୁ ନେଇ ସ୍ଥାନୀୟ ଫିସେରୀ ଅଧିକାରୀ ଭାର୍ଗବ ସାଗର ଉ ଙ୍କୁ ଯୋଗାଯୋଗ କଲେ ଉକ୍ତ କାମକୁ ନେଇ କିଛି ଜାଣି ନାହାନ୍ତି ମୁ ନୂଆରେ ଆସିଛି ବୋଲି କହିଛନ୍ତି l ଉକ୍ତ କାର୍ଯ୍ୟ କେଉଁ ଯନ୍ତ୍ରୀ ତଦାରକ କରୁଛନ୍ତି ବୋଲି ପଚାରିବାରୁ ସେ କହିଛନ୍ତି ନିରୋଜ ନୁଗୁନ ବୋଲି କହିବା ସହ ତାଙ୍କୁ ଯୋଗାଯୋଗ କରିବାକୁ କହିଥିଲେ ନିରୋଜ ନୁଗୁନ ଙ୍କୁ ଯୋଗାଯୋଗ କରିବାରୁ ସେ କହୁଛନ୍ତି ମୁ ନୂଆରେ ଆସିଛି ମୋ ପୂର୍ବ  ଯନ୍ତ୍ରୀ ଙ୍କ ସମୟରୁ କାମ ଆରମ୍ଭ ହେଇଚି ଏ ବିଷୟରେ କିଛି ଜାଣି ନାହିଁ କହି ଫୋନ କାଟିଦେଇଥିଲେ l ପୁଣି ବାରମ୍ବାର ଯୋଗାଯୋଗ କଲେ ସୁଦ୍ଧା କୌଣସି ଉତ୍ତର ମିଳୁନାହିଁ l ଅନ୍ୟ ପକ୍ଷରେ ଉକ୍ତ ଫାର୍ମ ପୁନଃ ଉଦ୍ଧାର ସକାଶେ ବିବାଗୀୟ ତରଫରୁ 83ଲକ୍ଷ 87ହଜାର 501 ଟଙ୍କା ଟେଣ୍ଡୋର ହେଇଥିବା କିଛି ସ୍ଥାନୀୟ ବୁଦ୍ଧିଜୀବୀ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଉକ୍ତ କାର୍ଯ୍ୟ ନିମ୍ନ ମାନର ହେଉଥିବା ଜନ ସାଧାରଣରେ ଆଲୋଚନା ହେଉଛି l

ଉକ୍ତ କାର୍ଯ୍ୟ କେବେ ସୁଦ୍ଧା ସରିବ ହିତାଧିକାରୀ କେବେ ସୁଦ୍ଧା ମାଛ ଯାଆଳ ପାଇବେ ବୋଲି ପ୍ରଶ୍ନ ଉଠୁଥିବା ବେଳେ ପଡୋଶୀ ରାଜ୍ୟ ଯାଆଳ ବେପାରୀ ଙ୍କ ଶିକାର ଏହି ଅଞ୍ଚଳର ହିତାଧିକାରୀ ହେଉଥିବା ନଜରକୁ ଆସୁଛନ୍ତି l ଏହି ବ୍ଲକ ରେ ଉନ୍ମୋତ ମାନର ମାଛ ଫାର୍ମ ନିର୍ମାଣ କରିବା ସହ ଉନ୍ମୋତ ମାନର ଯାଆଳ ସରକାର ଯୋଗାଇଲେ ବର୍ତ୍ତମାନ ବାହାରୁ ଯେଉଁ ବୋରଫ ଦିଆ ବାସି ମାଛ ବଜାର ରେ ମିଳୁଛି ତାହା ବନ୍ଦ ହେଇ ଏହି ଅଞ୍ଚଳର ମାଛ ଚାହିଦା ବଡିବା ସହ ଗ୍ରାମାଞ୍ଚଳର ମାଛ ଚାଷୀ ଉପକୃତ ହେଇ ପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି lକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା