May 10, 2026

ଉମରକୋଟ ଏକ୍ସ୍ ବୋର୍ଡ ଉ ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ………

IMG-20250422-WA0009
Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ସ୍ଥିତ ସରକାରୀ ଏକ ବୋର୍ଡ ଉ ପ୍ରା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟଜିତ ଚୌହାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉମରକୋଟ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀମତୀ ରାଧା ଭାତ୍ରା ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଲକ୍ଷ୍ୟ ରଖି ଜୀବନରେ ବଡ ମଣିଷ ହେବା ପାଇଁ ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଉମରକୋଟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ କୁମାର ଅନୁଗୁଳିଆ, ଉମରକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ସ୍ଥାନୀୟ ପ୍ରତିନିଧି ଶ୍ରୀ ଅଶୋକ କୁମାର ପାଢ଼ୀ, ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀଙ୍କ ସ୍ଥାନୀୟ ପ୍ରତିନିଧି ଶ୍ରୀ ରାମକୃଷ୍ଣ ନାୟକ, ପୌର ଉପାଧ୍ୟକ୍ଷ ଶ୍ରୀ ସୁଧାଂଶୁ ଦାଶ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମାର୍କଣ୍ଡ ବେବର୍ତ୍ତା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ହେମନ୍ତ କୁମାର ସାହୁ, ପଞ୍ଚସଖା ଶିକ୍ଷା ସେତୁର ସଭାପତି ଶ୍ରୀ ପ୍ରଭାତ କୁମାର ନାୟକ, କାଉନସିଲର ଶ୍ରୀ ମନୋଜ କୁମାର ନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ବେହେରା ଓ ଶ୍ରୀ ଅଶୋକ କୁମାର ସାହୁ । ୧୯୧୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ସଂସ୍କୃତି ଓ ଐତିହ୍ୟକୁ ସ୍ମରଣ କରି ଏହି ବିଦ୍ୟାଳୟର ବିକାଶ କରିବା ପାଇଁ ଅତିଥି ମାନେ ଆହ୍ବାନ ଦେବା ସହ ଏଥି ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅଭିଭାଷଣରେ କହିଥିଲେ । ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତଥା ବର୍ଷୀୟାନ ଶିକ୍ଷାବିତ୍ ଶ୍ରୀଯୁକ୍ତ ମାର୍କଣ୍ଡ ବେବର୍ତ୍ତା ନିଜର ଗତ ଦିନର ସ୍ମୃତି ଚାରଣ କରି ଏହି ବିଦ୍ୟାଳୟର ଅନେକ ଶିକ୍ଷାର୍ଥୀ ବଡ ପଦ ପଦବୀରେ ଥିବା କଥା କହିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜିତା ଆଣ୍ଡରସନ୍ ସ୍ବାଗତ ଭାଷଣ ଦେବା ପରେ ଛାତ୍ରୀ ସୁଶ୍ରୀ ଅନନ୍ୟା ପଟ୍ଟନାୟକଙ୍କ ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଶିକ୍ଷକ ତ୍ରିପତି ପଟ୍ଟନାୟକଙ୍କ ସଂଯୋଜନାରେ ହେଇଥିବା ଏହି କାର୍ଯ୍ୟକ୍ରମରେ ବାର୍ଷିକ ବିବରଣୀ ପାଠ କରିଥିଲେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରବୀଣା ଶତପଥୀ । ଶ୍ରୀଯୁକ୍ତ ଏମ ବିଜୟ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଅଭିଭାବକ ଅଭିଭାବକ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉତ୍ସବରେ କୃତି ଶିକ୍ଷାର୍ଥୀ ଓ ଗତ ଦିନରେ ରାଜ୍ୟ ସ୍ତରୀୟ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସମସ୍ତଙ୍କ ମନ ମୋହି ନେଇଥିଲେ । ଶିକ୍ଷୟିତ୍ରୀ ଉର୍ମିଳା ପ୍ରଧାନ, ନିଲା ଦେ, ନିବେଦିତା ସାହୁ, ଗୀତାଞ୍ଜଳି ପରିଛା, ଚନ୍ଦ୍ରିକା ଭକ୍ତ, ସସ୍ମିତା ପରିଡ଼ା, ଅନୁପମା ବେହେରା, ପିଙ୍କି ରାଣୀ ସରକାର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।