September 21, 2024

ଉମରକୋଟ ବ୍ଲକ ଅଧିନସ୍ଥ ଭଣ୍ଡାରିଗୁଡା ଗ୍ରାମ ରେ ଜନ ଜାଗୃତି ମିଶନ ପକ୍ଷ ରୁ ନୁଆ ଖାଇ ଭେଟ ଘାଟ………..

Share

 

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ୍ ଅଧନସ୍ଥ ଭଣ୍ଡାରିଗୁଡା ଗ୍ରାମ ପଞ୍ଚୟତର ଐତିହାସିକ ପୀଠ ପୋଡାଗଡ ଠାରେ ଜନ ଜାଗୃତି ମିଶନ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଥିଲା। ଏଥିରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ମୁନା ଖାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପରିବେଶବିତ୍ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେର। , ସରକାରୀ ଓକିଲ ଶ୍ରୀନିବାସ ପଟ୍ଟନାୟକ ଓ ସୁଧାଂଶୁ

ସାଧୁ , ଜନ ଜାଗୃତି ମିଶନ ର ମୂଖ୍ୟ। କାଜ।ମ ମାଦ।ନି, କାର।ଗାଁ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ବିକ୍ରମ ସିଂ, ଭଣ୍ଡାରି ଗୁଡା ସରପଞ୍ଚ ପାର ନାୟକ , ପୋଡା ଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଉଦ୍ଧବ ଚରଣ ନାୟକ ଅଭିଭାଷଣ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମୁନ୍ନା ଖାଁ ତାଙ୍କ ପିଲା ଦିନର ସାଥି ସାଙ୍ଗ ମେଳେ କିପରି ଦେଶିଆ ନାଟ ପର୍ବ ପର୍ବାଣୀ ବିଷୟ ବଖାଣି ଉପସ୍ଥିତ ଶତାଧିକ ମହିଳା ପୁରୁଷଙ୍କୁ ବିମୋହିତ କରିଥିଲେ। ପୋଡାଗଡ ର କିପରି ଉନ୍ନତି ହେବ ପରିବେଶ କିପରି ସୁନ୍ଦ୍ରରହେବ ତାହା ପ୍ରତି ଦୃଷ୍ଟି ଦେବି ବୋଲି କହିଥିଲେ। ପାହାଡ ଚଢ଼ି ବୁଲି ଦେଖିଥିଲେ ବିକାଶ ନିମନ୍ତେ ତାଙ୍କ ଅନୁଦାନ ପାଣ୍ଠିରୁ କିଛି କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଥିଲେ। ପୋଡା ଗଡ ର ଗବେଷକ ଶ୍ରୀ କୈଳାସ ଚନ୍ଦ୍ର ବେହେରା ଙ୍କ ଠାରୁ ଇତିହାସ ଶୁଣିଥିଲେ ଓ ସେଥିରେ ସେ ଅନେକ ଆନନ୍ଦିତ ହୋଇଥିଲେ ଶେଷରେ ସୁଧାଂଶୁ ସାଧୁ ଧନ୍ୟବାଦ୍ ଅର୍ପଣ କରିଥିଲେ।