May 19, 2024
Share

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଧିନ ସମସ୍ତ ଗ୍ରାମାଞ୍ଚଳ ମାନଙ୍କରେ ଅଗ୍ରପୂଜ୍ୟଙ୍କ ବିଘ୍ନ ବିନାଶକ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।ତେବେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଆରୀୟନ କଲେଜ, ଆୟୁଷ ଡିଗ୍ରୀ କଲେଜ,ଖିଲାପଦର, ବ୍ଲକ ଅଫିସ ସମ୍ମୁଖ ଆଦି ସ୍ଥାନ ସହ ରାମନାଗୁଡା ବ୍ଲକ ର ସମସ୍ତ ଅନୁଷ୍ଠାନରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ପୂଜା ବହୁ ଧୁମଧାମରେ ପାଳିତ ହୋଇଯାଇଛି। ସଂସ୍କୃତିକୁ ବଜାୟ ରଖିବା ପାଇଁ ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ସ୍ଥାନ ରେ ବୁଧବାର ଦିନ ଅଞ୍ଚଳର ଆବାଳ ବୃଦ୍ଧ ବନିତା ଘଣ୍ଟ, ଗିନି, ମୃଦଙ୍ଗ ବାଦନ ସହ ଭଜନ ମାଧ୍ୟମରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କ ପୂଜାର୍ଚ୍ଚନା ଦେଖିବାକୁ ମିଳିଛି। ସ୍ଥାନୀୟ ଷ୍ଟେଟବ୍ୟାଙ୍କ ଶାଖା ନିକଟରେ ଆଖପାଖ ଯୁବକ ମାନଙ୍କ ଦ୍ୱାରା ପୂଜା ପାଉଥିବା ବିଘ୍ନ ବିନାଶକ ଙ୍କ ଆକର୍ଷଣୀୟ ମୂର୍ତ୍ତି ସହ ଖୁବ ସୁନ୍ଦର ତୋରଣ ମନମୁଗ୍ଧ ଥିଲା ଏଥିରେ ଅମିତ ରତ୍ନାଲୁ,ରୁପକ ସେନାପତି

,ପବିତ୍ର ଆଚାର୍ଯ୍ୟ,ସମ୍ବିତ ରତ୍ନାଲୁ

,ରହିତ କୁମାର,ସଞ୍ଜିବ ଦାଶ

ଲିଙ୍ଗରାଜ ରତ୍ନାଲୁ,ରକି ମାଣ୍ଡାଙ୍କି

,ସାଇ ପଣ୍ଡା,କାନୁ ସମୁଦ୍ର

,କିରଣ ବେହେରା,ମହେଶ ପଟୁନୁରୁ,ରବିନାରାୟଣ ପାତ୍ର

ଦୁର୍ଗା ଡେବିଲ୍ ପ୍ରମୁଖ ସହଯୋଗ ରେ ପୂଜା କରାଯାଇଥିଲା। ସେହିପରି ରାମନାଗୁଡାର ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଆକର୍ଷଣୀୟ ମେଢ଼ ସାଙ୍ଗ କୁ ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କ ପ୍ରତିମୁତ୍ତି ପୂଜା ପାଉଥିବା ଦେଖିବାକୁ ମିଳିବା ସହ ଗଣେଶଙ୍କ ପୂଜା ସ୍ଥାନୀୟ ଯୁବକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା।

 

ରାମନାଗୁଡାରୁ ରାକେଶ କୁମାର ବେହେରା ରିପୋର୍ଟ