May 19, 2024

ଆର୍.ଡବ୍ଲୁ.ଏସ.ଏସ. ର କାର୍ଯ୍ୟ ନିମ୍ନ ମାନର ଓ ଅତି ତରବରିଆ, ରାସ୍ତା ଖୋଳି ଖାଲ କରିଦେଲେ !

Share

ତିର୍ତ୍ତୋଲ :- ପାନୀୟ ଜଳ ଯୋଗାଇବା ପାଇଁ ଚାଲିଛି କାର୍ଯ୍ୟ ! ଖୋଳା ହେଉଛି କଂକ୍ରିଟ ରାସ୍ତା, କିନ୍ତୁ ପୋତିବାକୁ ସମୟ ନାହିଁ ! ଏତେ ତରବର କଣ ପାଇଁ ? ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକରେ ଖୁବ ତରବରିଆ କାମ ଚାଲିଛି ! ଖବର ଅନୁସାରେ ସମ୍ପ୍ରତି ଆର୍ ଡବ୍ଲୁ ଏସ ଏସ ତରଫରୁ ବିଭିନ୍ନ ଗାଆଁ ଗହଳି ଓ ଜନବସତି ରେ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ , ରାସ୍ତା କଡ଼ରେ ପାଣିପାଇପ ବିଛାଇ କାମ ଜୋର୍ ସୋରେ ଚାଲିଛି । ଏତେ ସରୁ ପାଣିପାଇପ ବିଛାଇବା ପାଇଁ , ସମ୍ପୃକ୍ତ ଠିକାଦାରୀ ସଂସ୍ଥା ର ଅନଭିଜ୍ଞ କର୍ମଚାରୀ ମାନେ , ଆବଶ୍ୟକତା ଠାରୁ ଅଧିକ କଂକ୍ରିଟ ଓ ପିଚୁ ରାସ୍ତା କୁ , ଛୋଟ ମେସିନ୍ ପରିବର୍ତ୍ତେ ବଡ ବଡ ମେସିନ୍ ରେ ଖୋଳି ଦେଇଥିବା ବେଳେ , ସେଠାରେ ଉପୁଜି ଥିବା ବଡ ବଡ ଖାଲ ଖମା କୁ ପୋତୁ ନାହାନ୍ତି । ଯାହାଫଳରେ ଯାତାୟତ ସମୟରେ ପଥଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି , ଲଗାଣ ବର୍ଷା ଯୋଗୁଁ , ଏହି ଖାଲ ଖାମା ରେ ଯାନବାହାନ ଚଳାଚଳ ବେଳେ ତଳକୁ ଗଳିପଡୁଛି ଓ ଗାଡିଚାଳକ ମାନେ ଦୁର୍ଘଟଣାଗ୍ରସ୍ତ ହୋଇ ଖଣ୍ଡିଆ ଖାବରା ହେଉଛନ୍ତି। ତେବେ ପ୍ରଶ୍ନଉଠୁଛି ଯଦି ଗାତଖୋଳି , ପାଇପ ବିଛଇବା ପରେ ଯଦି ଖାଲଖମା ଗୁଡ଼ିକ ଠିକାଦାରୀ ସଂସ୍ଥା କର୍ମଚାରୀ ମାନେ, ଠିକ୍ ଭାବରେ ସମତୁଲ କରି ପୋତି ଦିଅନ୍ତେ ତେବେ ଲୋକମାନଙ୍କୁ ଏମିତି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ । ଏହି ସମସ୍ୟା କୁ ନେଇ କନକପୁର , ଗୋବିନ୍ଦପୂର୍ , ବିରୀତୋଳ , କଷ୍ଟିମଲ୍ଲିକା ପୁର , ଗରାମ , କଟରା ଓ ପଟିଲୋ ଆଦି ପଞ୍ଚାୟତର ଅଧିବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯଦି ଏହି ସମସ୍ୟାର ଆଶୁ ସମାଧାନ କରାନଯାଏ ତେବେ ସାଧାରଣ ଲୋକମାନେ, ରାଜରାସ୍ତାକୁ ଓହ୍ଲାଇବେ ଓ ଦରକାର ପଡିଲେ , ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ମୂଳିଶିଂ ସରପଞ୍ଚ ସଫି ଆଜାମ , ଗରାମ ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ଚଇନି,କନକପୁର ସରପଞ୍ଚ ରେବତୀ ମହାନ୍ତି , ସମାଜସେବୀ ଅଶୋକ କୁମାର ମହାନ୍ତି , ବ୍ରଜକିଶୋର ମଲ୍ଲିକ , ଭାସ୍କର ଚନ୍ଦ୍ର ନାୟକ , ପ୍ରକାଶ ଚନ୍ଦ୍ର ସିଂହ , ଅଜୟ କୁମାର ରାଉଳ , ସତ୍ୟଭୂଷଣ ଦାସ , ତ୍ରିଲୋଚନ ରାଉଳ , ଅଜୟ ଖୁଣ୍ଟିଆ , ସର୍ବେଶ୍ଵର ଭଟ୍ଟ , ଲକ୍ଷ୍ମୀଧର ସ୍ବାଇଁ , ଅରୁଣ କୁମାର ଜେନା , ଧୁନାଚନ୍ଦ୍ର ସେନାପତି ଓ ରାଜ କିଶୋର ବାରିକ ଙ୍କ ସମେତ ଶତାଧିକ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଚେତାବନୀ ଦେଇଅଛନ୍ତି !

 

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା