April 25, 2026

କାକଟପୁରରେ 5ଟି ସଚିବ,ମା ମଙ୍ଗଳା ମନ୍ଦିର ପାଇଁ ସ୍ବତନ୍ତ୍ର ଅନୁଦାନ ରାଶି ପ୍ରଦାନ ପାଇଁ ଘୋଷଣା କଲେ —–

IMG-20230819-WA0008
Share

କାକଟପୁରରେ 5ଟି ସଚିବ,ମା ମଙ୍ଗଳା ମନ୍ଦିର ପାଇଁ ସ୍ବତନ୍ତ୍ର ଅନୁଦାନ ରାଶି ପ୍ରଦାନ ପାଇଁ ଘୋଷଣା କଲେ —–
ଅସ୍ତରଙ୍ଗ( ଆ.ପ୍ର)ବହୁ ପ୍ରତୀକ୍ଷାର ଅନ୍ତ୍ ଘଟାଇ କାକଟପୁର ମାଟିରେ ପହଂଚିଛନ୍ତି 5-ଟି ସଚିବ ଭି. କେ.ପାଣ୍ଡିଆନ ।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ କାକଟପୁର ବ୍ଲକ ପଡ଼ିଆରେ ହୋଇଥିବା 5ଟି ସଚିବ ଙ୍କ ଦ୍ଵାରା ଜନଶୁଣାଣିରେ ୩୦ ହଜାର ମହିଳା ଓ ପୁରୁଷ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ରାଜ୍ୟରେ ଏପରି ସମାବେଶ କେଉଁ ଠାରେ ହୋଇନାହିଁ ଓ ଏହା ପ୍ରଥମ ବୋଲି ପାଣ୍ଡିଆନ ପ୍ରକାଶ କରିଥିଲେ । କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ଅନେକ ବ୍ୟବସ୍ଥା ମାନ୍ୟବର ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି ଜନ ସମାବେଶରେ ପ୍ରକାଶ କରିବା ସହ ପାନୀୟ ଜଳ ପ୍ରକଳ୍ପ ପାଇଁ ୨୩୫ କୋଟି ଖର୍ଚ୍ଚ ହେବ ଓ ଏଥିରେ ୧୪୩ ଗୋଟି ଗ୍ରାମ ସାମିଲ ହୋଇ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ । ସେହିପରି ଅସ୍ତରଙ୍ଗ ମେଡିକାଲ ପାଇଁ୧୦କୋଟି,ମଙ୍ଗଳା ମନ୍ଦିର ରୂପାନ୍ତରିତ ପାଇଁ ୧୦କୋଟି,ଦେବୀ ସେତୁ,ପ୍ରାଚୀ ସେତୁ,କାଦୁଆ ସେତୁ ନିର୍ମାଣ,ଭୂମି ହିନଙ୍କ ପାଇଁ ଜମି ପଟ୍ଟା,କୋଣାର୍କ ଠାରୁ ଅସ୍ତରଙ୍ଗ ରାସ୍ତା ସମ୍ପ୍ରସାରଣ ପାଇଁ ୧୫ କୋଟି,କୋଣାର୍କ ଚନ୍ଦ୍ରଭାଗା ସୌନ୍ଦର୍ଯ୍ୟ କାରଣ ପାଇଁ ୨୦୦ କୋଟି,ପାନ ଚାଷ ପାଇଁ ସ୍ବତନ୍ତ୍ର ପ୍ୟାକେଜ ସହ, ମଠ,ମନ୍ଦିର, ମହଜିଦ,ଚର୍ଚ୍ଚ ଆଦିର ଆର୍ଥିକ ବିକାଶ ପାଇଁ ସହାୟତା ଘୋଷଣା କରି ସାତ ଦିନ ଭିତରେ କାର୍ଯ୍ୟ କରିବା ଓ ସରକାରଙ୍କର ଅଦରକାରୀ ରହିଥିବା ଘରକୁ ମହିଳା ମିଶନ କୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ପରାମର୍ଶ ଦେଇଥିଲେ । କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ 5 -ଟି ସଚିବଙ୍କ ମାଧ୍ୟମ ରେ ଅନେକ ଯୋଜନା ଦେଖିବାକୁ ମିଳୁଥିବା ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସର୍ବସାଧାରଣ ରେ ପ୍ରଚାର କରାଯାଇଥିବାର ଦେଖାଯାଇଥିଲା।                            ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed