November 21, 2024
Share

*╭──────────────────╮*
*🌄ସକାଳର ଖବର, ୧୯-ଅଗଷ୍ଟ-୨୦୨୩, ଶନିବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୨-ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ହେଲେ ନିଯୁକ୍ତ l ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରଫେସର ପ୍ରଧାନଙ୍କୁ ଦୁଇ ବର୍ଷ ପାଇଁ ଦେଲେ ନିଯୁକ୍ତି l

➡️୩-ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ-3 । ଚନ୍ଦ୍ରର ନୂଆ ଫଟୋ ଏବଂ ଭିଡିଓ ଉତୋଳନ କଲା ଲ୍ୟାଣ୍ଡର ବିକ୍ରମ l ୨୦ତାରିଖରେ ଆଉ ଥରେ ତାକୁ ଡିବୁଷ୍ଟିଂ କରାଯାଇ ଚନ୍ଦ୍ରଠାରୁ ସର୍ବାଧିକ ଶହେ କିଲୋମିଟର ସର୍ବନିମ୍ନ ୩୦କିଲୋମିଟର ବିଶିଷ୍ଟ ଏକ ଅଣ୍ଡାକାର କକ୍ଷପଥରେ ସ୍ଥାପନ କରାଯିବ ।

➡️୪-ରାଜ୍ୟରେ ପ୍ରଥମ ଥର ପାଇଁ ଖଣ୍ଡଗିରି ଧର୍ମବିହାର ଠାରେ ଆରମ୍ଭ ହେଲା ପ୍ରାକୃତିକ ଗ୍ୟାସ ବ୍ୟବହୃତ ଶବଦାହ ଗୃହ । ଅର୍ଥାତ ଏଣିକି ସିଏନଜି ଗ୍ୟାସ ବ୍ୟବହାର କରି ମୃତଦେହ ଗୁଡିକୁ ଦାହ କରାଯିବ ।

➡️୫-ଆସନ୍ତା ୨୫ତାରିଖରୁ ଆସୁଛି ପୁଣି ଏକ ଘୂର୍ଣ୍ଣିବଳୟ l ପୁଣି ବର୍ଷା ହେବ, ମରୁଡ଼ି ଆଶଙ୍କାରେ ଥିବା ଚାଷୀଙ୍କ ପାଇଁ ଆଶ୍ବାସନା ଦେଲା ପାଣିପାଗ ବିଭାଗ।

➡️୬-ଏଣିକି ହ୍ୱାଟ୍ସଆପ୍‌ରେ ପଠାଇହେବ HD ଫଟୋ, ହ୍ବାଟ୍ସଆପ୍‌ ଏହି ନୂଆ ଫିଚର ହେଲା ରୋଲ୍‌ ଆଉଟ୍‌ l

➡️୭-ଆସିଲା ନୂଆ ଓଡିଆ ଚଳଚ୍ଚିତ୍ର ‘ପୁଷ୍କରା’ର ମୋସନ ପୋଷ୍ଟର । ଓଡିଶା ମାଟିର ଗାଥା କହିବ ‘ପୁଷ୍କରା’। ମୁଖ୍ୟ ଭୂମିକାରେ ନଜରଆସିବେ ସବ୍ୟସାଚୀ ମିଶ୍ର l ଫିଲ୍ମ ଟିର ଟ୍ରେଲର ସେପ୍ଟେମ୍ୱର ୧ ତାରିଖରେ ହେବ ରିଲିଜ l

➡️୮-ବେଙ୍ଗାଲୁରୁର କେମ୍ବ୍ରିଜ ଲେଆଉଟଠାରେ ଭାରତର ପ୍ରଥମ ୩ଡି ମୁଦ୍ରିତ ପୋଷ୍ଟ ଅଫିସର ହେଲା ଶୁଭାରମ୍ଭ l

➡️୯-ସିକ୍କିମ ସରକାର ଆରମ୍ଭ କଲେ ‘ଶ୍ରବଣ କୁମାର ପୁରସ୍କାର’ ଯୋଜନା l ଏଣିକି ବୃଦ୍ଧ ପିତାମାତାଙ୍କ ସେବା କଲେ ପୁଅ ଓ ଝିଅଙ୍କୁ ମିଳିବ ଏହି ପୁରସ୍କାର l

➡️୧୦-ଚର୍ଚ୍ଚାରେ ଫିଲ୍ମ ଓ ମାଇଁ ଗଡ ୨’ l ଫିଲ୍ମଟି ଏକ ଭଲ ମେସେଜ ଦେଉଛି ବୋଲି ହେଉଛି ଚର୍ଚ୍ଚା l ରିଲିଜ ହେବାର ୭ଦିନ ରେ କଲାଣି ୭୯.୪୭କୋଟି ଟଙ୍କା ରୋଜଗାର l ଖୁବ ଶୀଘ୍ର ୧୦୦ କୋଟି କ୍ଲବରେ ପ୍ରବେଶ କରିବ।

➡️୧୧-ବଲିଉଡର ଏବେ ଧମାକା କରିଥିବା ବ୍ଲକ୍‌ ବ୍ଲଷ୍ଟର ଫିଲ୍ମ ଗଦର-୨ ସାରା ଦେଶରେ ଚହଳ ପକାଇଛି। ବକ୍ସ ଅଫିସରେ ସବୁଠୁ କମ୍ ଦିନରେ ୩୦୦ କୋଟି ଟଙ୍କାର କଲାଣି ବେପାର l

➡️୧୨-ଆଖି ବୁଜିଲେ ଝାଡଖଣ୍ଡରେ ସହିଦ ହୋଇଥିବା ଆନନ୍ଦପୁର ମାଟିର ପୁଅ ଶୁଶାନ୍ତ ଖୁଣ୍ଟିଆଙ୍କ ମାଆ l ୮ ଦିନ ତଳେ ଶୁଶାନ୍ତ ସହିଦ ହୋଇଥିବା ବେଳେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମାଙ୍କର ହେଲା ମୃତ୍ୟୁ l

➡️୧୩-ADR ରିପୋର୍ଟରେ ବଡ଼ ଖୁଲାସା: ରାଜ୍ୟସଭାର ୪୮ ଜଣ ସାଂସଦଙ୍କ ମୋଟ ସମ୍ପତ୍ତିର ପରିମାଣ ୧୧ ହଜାର କୋଟିରୁ ଅଧିକ l

➡️୧୪-୮ଦିନିଆ ଲେହ-ଲଦାଖ ଗସ୍ତରେ ଥିବା ରାହୁଲ ଗାନ୍ଧୀ ଲେହରେ ଦେଖିଲେ ଫୁଟବଲ ମ୍ୟାଚ୍ l ଖେଳାଳୀଙ୍କୁ ଭେଟି ସେମାନଙ୍କ ମନୋବଳ କଲେ ବୃଦ୍ଧି l ଆସନ୍ତାକାଲି ପ୍ୟାଙ୍ଗଗ ହ୍ରଦ ନିକଟରେ ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ପାଳିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

➡️୧୫-ମହଙ୍ଗା ଟମାଟୋ ଦାମ୍‌ରୁ ମିଳିବ ଆଶ୍ବସ୍ତି। କାରଣ କେନ୍ଦ୍ର ସରକାର ଅଗଷ୍ଟ ୨୦ରୁ ୪୦ ଟଙ୍କା କେଜି ଦରରେ ଟମାଟୋ ବିକ୍ରି କରିବାକୁ ଦେଲେ ନିର୍ଦ୍ଦେଶ l

➡️୧୬-ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଅନେକ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଋଷରୁ କମ୍‌ ଦରରେ ଗହମ କିଣିବ ଭାରତ l

➡️୧୭-ଇମ୍ରାନ ଖାନ୍ ଓ ପତ୍ନୀ ବୁଶ୍ରା ବିବିଙ୍କ ବିରୋଧରେ ଅତ୍ୟନ୍ତ ଗମ୍ଭୀର ଏବଂ ସମ୍ବେଦନଶୀଳ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗ ଆଣିଲେ ଏକ ଅନାଥ ଶିଶୁ କଲ୍ୟାଣ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଥିବା ଜଣେ ମହିଳା l

➡️୧୮-କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନରେ ଆମେଥି ଆସନରୁ ପ୍ରାର୍ଥୀ ହେବେ ବୋଲି ଉତ୍ତରପ୍ରଦେଶ କଂଗ୍ରେସର ନବନିଯୁକ୍ତ ସଭାପତି ଅଜୟ ରାୟ ଦେଲେ ସୂଚନା l

➡️୧୯-ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍: ବର୍ଷା ସାଜିଲା ବାଧକ, ଡିଏଲ୍‌ଏସ୍ ପ୍ରକ୍ରିୟାରେ ପ୍ରଥମ ମ୍ୟାଚ୍ ଜିତିଲା ଭାରତ l ଭାରତ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି।

➡️୨୦-ଆଜିଠାରୁ ବୁଦାପେଷ୍ଟରେ ଆରମ୍ଭ ହେଉଥିବା ବିଶ୍ବ ଚାମ୍ପିଅନ୍‌ସିପ୍‌ରୁ ନୀରଜଙ୍କ ଅଭିଯାନ ହେବ ଆରମ୍ଭ l ଯଦି ଏଠାରେ ସେ ସ୍ବର୍ଣ୍ଣ ପଦକ ଜିତୁଛନ୍ତି, ତାହେଲେ ସୁଟର ଅଭିନବ ବିନ୍ଦ୍ରାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଅଲିମ୍ପିକ୍‌ ଓ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ସ୍ବର୍ଣ୍ଣ ପାଇବାରେ କୀର୍ତ୍ତିମାନ କରିବେ।

*➡️ ପଶୁ ଦିବସ ll*
*🔅 ପ୍ରଶଂସା ଦିବସ ll*
*🔅ଆଜି ଜାତୀୟ ମହୁମାଛି ଦିବସ ll*
*🔅ଆଜି ବିଶ୍ୱ ମାନବିକତା ଦିବସ ll*
*🔅ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ll*
*🔅ଆଜି ବିଶ୍ୱ ଓରାଙ୍ଗଉଟାନ ଦିବସ ll*
*🔅ଆଜି ଆଳୁ ଦିବସ ll*
*🔅ଆଜି ଜାତୀୟ ବାଲୁକା କଳା ଏବଂ ମୂର୍ତ୍ତି ଦିବସ ll*
*🔅ଆଜି ଜାତୀୟ ଗରମ ଏବଂ ମସଲାଯୁକ୍ତ ଖାଦ୍ୟ ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*