“ଜିଜ୍ଞlଷୁ ହୁଅ, ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ଖୋଜ” “ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର -୨୦୨୬..

ସମ୍ବଲପୁର –
ଆଜି ‘ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର’ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି’ ଶିବିରର ଚତୁର୍ଦଶତମ ରବିବାସରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ୨୨ଟି ବିଦ୍ୟାଳୟରୁ ୪୯ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଆଜି ପ୍ରାରମ୍ଭରେ ପ୍ରାର୍ଥନା ପରେ ବିଶିଷ୍ଠ ଯୋଗଗୁରୁ ଡାକ୍ତର ଜୟଦେବ ମେହେର ଶିକ୍ଷlର୍ଥୀଙ୍କୁ ସୁସ୍ଥ ଶରୀର ଓ ମନ ପାଇଁ କେତେକ ଆବଶ୍ୟକୀୟ ଯୋଗ ଶିକ୍ଷl ଦେଇଥିଲେ।
ପ୍ରଥମ ଅଧିବେଶନରେ ‘ଜୀବନ କୌଶଳ ଶିକ୍ଷା’ କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଢାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁମିତା ପତ୍ରୀ ‘ସାର୍ ଆଇଜlକ ନିଉଟନ’ ଙ୍କ ଜୀବନୀ ଆଲୋଚନା କରି ପିଲାଙ୍କୁ ‘ଜିଜ୍ଞାସୁ ହୁଅ, ମନରେ ଉଙ୍କି ମାରୁଥିବା ପ୍ରଶ୍ନର ଉତ୍ତର ଖୋଜିଲେ ଅସାଧ୍ୟ ସାଧନ ସମ୍ଭବ ହେବ’ ବୋଲି ବୁଝାଇ ଥିଲେ l
ଦ୍ବିତୀୟ ଅଧିବେଶନରେ ‘ସ୍ବାସ୍ଥ୍ୟ ସଚେତନତା ଶିକ୍ଷା’ କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ନନ୍ଦ ‘ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ବିଭିନ୍ନ କାରଣ ଓ ତାର ନିରାକରଣ’ ସମ୍ପର୍କ ରେ ବିଭିନ୍ନ ଚିତ୍ର ଓ ଭିଡ଼ିଓ ଦେଖାଇ ସବିଶେଷ ଆଲୋଚନା କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର ସଭ୍ୟ-ସଂପାଦକ ଶ୍ରୀ ରଘୁନାଥ ମିଶ୍ର, ପ୍ରୋଫେସର ନିରୁପମା ବଡ଼ପଣ୍ଡା, ନିଳେନ୍ଦ୍ରି ପଣ୍ଡା, ଇ. ସୁଶାନ୍ତ ଗୁରୁ, ଶିକ୍ଷ୍ୟାବିତ ଶ୍ରୀ ଉଦିତ ପlଟ୍ଟଯୋଶୀ, ଶ୍ରୀ ମୁକ୍ତକଣ୍ଠ ପ୍ରଧାନ ତଥା ଶ୍ରୀ ଅଶୋକ କୁମାର ମିଶ୍ର ସୁମିତା ପତ୍ରୀ,ପ୍ରାକ୍ତନ ପ୍ରଧାନଶିକ୍ଷକ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ଉପସ୍ଥିତ ରହି ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମ-ସଂଯୋଜକ
ଶ୍ରୀ ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ,
ଡଃ ଗିରିଧାରୀ ହୋତା ଓ ଶ୍ରୀ ପୃଥ୍ୱୀରାଜ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଅଫିସ ସହକାରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।
