ଅବସର କାଳୀନ ସମ୍ବର୍ଦ୍ଧନା ସଭା
ଗଞ୍ଜାମ =ପ୍ରଦିପ କୁମାର ପଣ୍ଡା
ଗଞ୍ଜାମ କଲଷ୍ଟର ଶିକ୍ଷକ ଶିକ୍ଷକତା ଜୀବନରୁ ଅବସର ନେଇଛନ୍ତି ନିରଞ୍ଜନ ମହାପାତ୍ର l ଅବସର କିଛି ବର୍ଷ ପୂର୍ବରୁ ଶିକ୍ଷକ ମହାପାତ୍ର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ସଂଯୋଜନା କରି ଆସୁଥିଲେ l ଏହି ଅବସରରେ ଏକ କ୍ଲଷ୍ଟର ସ୍ତରୀୟ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ପାଳିବନ୍ଧ କ୍ଲଷ୍ଟର ପୋଡମପେଟା ସ୍କୁଲରେ ଶନିବାର ଅନୁଷ୍ଠିତ ହୋଇଥିଲା l ଏଥିରେ ନିରଞ୍ଜନ ମହାପାତ୍ର ସାରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l ସମ୍ବର୍ଦ୍ଧନା ବେଳେ ସନ୍ତୋଷ ତ୍ରିପାଠୀ, ଦୁର୍ଗା ପଟ୍ଟନାୟକ, ସୁକାନ୍ତ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ l କ୍ଲଷ୍ଟରର ମହେନ୍ଦ୍ର ସେଠୀ, ରଘୁନାଥ ସାହୁ, ବିପିନ ପଟ୍ଟନାୟକ, ଅଭିମନ୍ୟୁ ସ୍ୱାଇଁ, ପର୍ଶୁରାମ ବେହେରା, ଲକ୍ଷ୍ମୀ ବେହେରା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ
