April 29, 2026

ମୁକ୍ତି ନର୍ସିଙ୍ଗ ଛାତ୍ର ଛାତ୍ରୀଙ୍କ ପାଇଁ ସୁଯୋଗ ବିଦେଶ ରେ କରିବେ ଚାକିରୀ l ( ଏବେଠୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ )

IMG-20250719-WA0058
Share

         ଗୋପ :- 19/07/2025 ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଗଣେଶ୍ୱରପୁର ପଞ୍ଚାୟତ ର ମାଟିଆଖାତ ଠାରେ ସ୍ଥାପିତ ବିଏସି ନର୍ସିଙ୍ଗ କଲେଜ “ମୁକ୍ତି ଗ୍ରୁପ ଇନ୍‌ଷ୍ଟିର୍ଚ୍ୟୁଟ୍ ” ର ଛାତ୍ର ଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ l ଉକ୍ତ ନର୍ସଙ୍ଗି କଲେଜର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦେଶରେ ଚାକିରି ସୁଯୋଗ ଆସିଲା । ମୁକ୍ତି ଫାଉଣ୍ଡେସନର ଟ୍ରଷ୍ଟି ଶ୍ରୀଯୁକ୍ତ ଅଶୋକ କୁମାର ନନ୍ଦ ଙ୍କ ପ୍ରୟାସ ରେ ଏହା ସଫଳ ହେବାକୁ ଯାଉଛି । ଉକ୍ତ ଇନ୍‌ଷ୍ଟିର୍ଚ୍ୟୁଟ୍ଜି ରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶ୍ରୀଯୁକ୍ତ ନନ୍ଦ ଓ ତାଙ୍କ ର ପ୍ରିୟ ବନ୍ଧୁ ପ୍ରିୟଦର୍ଶନୀ ଦାଶ ଏବଂ ଚେୟାରମ୍ୟାନ ଗଣେଶ ଚନ୍ଦ୍ର ଦାସ ଅଧ୍ୟକ୍ଷା ମନୋସ୍ଵିନି ପୃଷ୍ଟି ଏବଂ ଶିକ୍ଷୟତ୍ରୀ ଗୀତାଞ୍ଜଳି କାଣ୍ଡି, ସ୍ନିଗ୍ଧା ସୁଚରିତା ପାତ୍ର,ମନୋସ୍ମିତା ନାୟକ,ବିଶ୍ୱୋସ୍ମିତା ନାୟକ ନାୟକ କୁମାରୀ ଲିପି, ଜ୍ୟୋତି ପ୍ରଭା ଜେନା, ବଂଶୀଧର ନାୟକ ପ୍ରଭୁତି ଙ୍କ ଉପସ୍ଥିତି ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଶ୍ରୀଯୁକ୍ତ ଦାଶ ଯିଏ କି ଗୋପ ର ଗଣେଶ୍ୱପୁର ତାଙ୍କ ଜନ୍ମ ଭୂମି l ବର୍ତ୍ତମାନ ସୁଦୂର ଆମେରିକାର କାର୍ଲିଫନିଆରେ ଆଇ ,ଆଇ,ଟି, ଇଞ୍ଜିନିୟର ଭାବେ କାର୍ଯ୍ୟରତ l ସିଏ ତାଙ୍କ ଅନୁଭୂତି ରୁ ପିଲା ଙ୍କ ଭବିଷ୍ୟତ ଉପରେ ଫୋକସ ପକାଇଥିଲେ l ପିଲାମାନେ କିପରି ବିଦେଶରେ କିପରି ନର୍ସିଂ ଓ ଆଇ ଟି ଆଇ କ୍ଷେତ୍ରରେ ନିଯୁକ୍ତି ପାଇପାରିବେ ତାର ଏକ ବୃତ୍ତିଗତ ବାର୍ତ୍ତା ଦେଇଥିଲେ। ମୁକ୍ତି କଲେଜର ଅନ୍ୟ ଜଣେ ଟ୍ରଷ୍ଟି ତଥା ଶିକ୍ଷ୍ୟାବିତ୍ ସୁପ୍ରଭା ରାଣୀ ହାଜିରା କହିବାର ଶକ୍ତି କିଭଳି ଉନ୍ନତ ହେବ ସେ ବିଷୟରେ ଆଲୋଚନା କରିଥିଲେ। ପରିଶେଷରେ ସାମ୍ପ୍ରତିକ ପରିସ୍ଥିତିରେ କିପରି ସୋସିଆଲ ମିଡ଼ିଆ ର ଏକ୍ସ ବ୍ୟବହାର କରାଯିବ ଆଉ ତାର ଉପକାରିତା ସମ୍ପର୍କ ରେ ସନ୍ତୋଷ ନାୟକ ଓ ସଚ୍ଚିଦାନନ୍ଦ ଗୋଛାୟ ସାମୁହିକ ସୂଚନା ପ୍ରଦାନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ