April 24, 2026

ଆନ୍ତର୍ଜାତୀୟ ଚିତ୍ରକଳା ଶିବିର ଉଦଯାପିତ ..

IMG-20250719-WA0057
Share

 

ପୁରୀ ତା.19/7 ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ଓ ଜଳେଶ୍ୱର art foundation ଦ୍ଵାରା ଆୟୋଜିତ ଆନ୍ତର୍ଜାତିୟ ଚିତ୍ରକଳା ଶିବିର ‘ନୀଳାଦ୍ରି’ ଶ୍ରୀମନ୍ଦିର ଉତ୍ତର ଦ୍ୱାର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭାରତର ବିଭିନ୍ନ ପ୍ରାନ୍ତରୁ ୨୮ ଜଣ ଚିତ୍ରଶିଳ୍ପୀ ଅଂଶ ଗ୍ରହଣ କରିଥିଲେ । ଦୁଇଦିନିଆ ଶିବିରର ଉଦ୍ ଯାପନୀ ଉତ୍ସବରେ ଅତିଥି ରୂପେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁ ଏବଂ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ଦିଲୀପ କୁମାର ସ୍ୱାଇଁ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବକ୍ତବ୍ୟ ରେ ଚିତ୍ରକଳା ମାଧ୍ୟମରେ ଶ୍ରୀଜଗନ୍ନାଥ ସଂସ୍କୃତି ର ପରିପ୍ରକାଶ ହୋଇଥିବାରୁ ଏହାର ପ୍ରଭାବ ସୁଦୂର ପ୍ରସାରୀ ବୋଲି ମତବ୍ୟକ୍ତ କରିଥିଲେ I ଜଗନ୍ନାଥଙ୍କ ପ୍ରତିଦିନର ନୀତିକାନ୍ତି ରେ ଚିତ୍ରକର ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି I ଅନବସର ସମୟରେ ଶ୍ରୀଜୀଉମାନେ ପଟିଦିଅଁ ଭାବେ ପୂଜା ପାଇଥାନ୍ତି I ଶ୍ରୀଜଗନ୍ନାଥ ସଂସ୍କୃତି ରେ ଚିତ୍ରକର ଓ ଚିତ୍ରକଳା ର ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ I

ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦୁର୍ଗାମାଧବ କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସମସ୍ତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଶିଳ୍ପୀ ମାନଙ୍କୁ ପ୍ରସଂଶାପତ୍ର,ଟ୍ରଫି,ଉତ୍ତରୀୟ ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମକୁ ଅଭିନନ୍ଦନିକାର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ I

ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରୁଥିବା ଅନେକ ଭକ୍ତ ଉପସ୍ଥିତ ରହି ଚିତ୍ର ସବୁ ବୁଲି ଦେଖିଥିଲେ I ଏଥିରେ ବରିଷ୍ଠ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ମହାରଣା, ସୁକାନ୍ତ କୁମାର ପଣ୍ଡା, ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ I ସମସ୍ତ ଚିତ୍ରଗୁଡିକ ଶ୍ରୀଜଗନ୍ନାଥଙ୍କ ବେଶଭୂଶା କୁ ନେଇ ଅଙ୍କନ କରାଯାଇଛି I

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed