April 25, 2026

ଗାଁ ଠୁ ସହର ସମସ୍ତିଙ୍କ ମୁହଁରେ ଗୋଟିଏ ସ୍ୱର ଏକ୍ସ କୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କର ) ରାଜ୍ୟରେ ସାମ୍ପ୍ରତିକ ପରିସ୍ଥିତି କୁ ଉଠୁଥିବା ସମସ୍ୟାର ସମାଧାନ ପାଇଁ ଏକ୍ସ ଉପରେ ଗୁରୁତ୍ୱ ଦିଅ l

IMG-20250719-WA0056
Share

ଗୋପ :- 20/07/2025 ( ରାଜ୍ୟରେ ନୂତନ ସରକାର ଙ୍କ ସହାୟକ ହେବାକୁ ଯାଉଛନ୍ତି ” ଆସୋସିଏସନ୍ ଅଫ ଟୁଇଟର ଏକ୍ଟିଭିଷ୍ଟ୍ଟି ” (ଏଟିଏ ଗ୍ରୁପ) l ଯଥାବିଧି ସମ୍ମାନ ସହ ରାଜ୍ୟ ଭିତ୍ତିକ ସଙ୍ଗଠନ “ଏଟିଏ ” (ଆସୋସିଏସନ୍ ଅଫ ଟୁଇଟର ଏକ୍ଟିଭିଷ୍ଟ୍ ) l ଉକ୍ତ ସଂଗଠନ ର ସଦସ୍ୟ/ସଦସ୍ୟାମାନେ ଏକ ଗୁରୁତ୍ତ୍ଵପୂର୍ଣ୍ଣ ପ୍ରସଙ୍ଗ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରିବାକୁ ଯାଉଛନ୍ତି l ରାଜ୍ୟର ନେତୃତ୍ୱବୃନ୍ଦ ଓ ସମସ୍ତ ଜିଲ୍ଲାର ପ୍ରମୁଖମାନଙ୍କ ଦ୍ଵାରା ଏକ କମିଟି ଗଠନ ହୋଇଛି ଶ୍ରୀଯୁକ୍ତ ମାଝି ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପାଇଁ.. । ସମୟର ଆହ୍ବାନକୁ ସ୍ବୀକାର କରି ଆବଶ୍ୟକ ପରିବର୍ତ୍ତନ ଆଣିବା ହେଉଛି ବଞ୍ଚିବା ଓ ପ୍ରଗତୀର ମୂଳମନ୍ତ୍ର ଯାହା ଆମ ବର୍ତ୍ତମାନ ସରକାରଙ୍କ ନୀତି । ଆଜିର ଡିଜିଟାଲ ଦୁନିଆରେ ସମସ୍ୟା ବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନର ସୂତ୍ର ଖୋଜିବାରେ ଖୁବ୍ ସହଜ ଏବଂ ଉପଯୋଗୀ ମାଧ୍ଯମ ହେଉଛି ‘ ଟ୍ଵିଟର ‘ କିମ୍ବା ‘ ଏକ୍ସ ‘ ପରି ପ୍ଲାଟଫର୍ମ । ଏହା ସରକାର ମଧ୍ୟ ସ୍ବୀକାର କରିବେ ଯେ, ବାଲେଶ୍ବର ଛାତ୍ରୀଙ୍କୁ ଏଭଳି ଚରମ ପରିଣାମ ଭୋଗିବାକୁ ପଡ଼ି ନଥାନ୍ତା ଯଦି ସେଦିନ ଟ୍ୱଇଟର ବା ଏକ୍ସ ଜରିଆରେ ଆସିଥିବା ଅଭିଯୋଗର ସତ୍ୟାସତ୍ୟ ଉପରେ ଅଗ୍ରୀମ ଦୃଷ୍ଟି କିମ୍ବା ଅନୁସନ୍ଧାନ ହୋଇପାରିଥାନ୍ତା ।

କିଛି ବର୍ଷର ଉଦ୍ୟମରେ ଆମେ ( ଏଟିଏ ) ର ସାଥୀମାନେ ଟ୍ଵିଟର ଜରିଆରେ ସରକାରଙ୍କ ଅନ୍ୟତମ ସହଯୋଗୀ ଭାବରେ ସରକାର ତଥା ବିଭିନ୍ନ ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ହଜାର ହଜାର ସମସ୍ୟା ସମାଧାନ କରିବାରେ ସହାୟକ ହୋଇଛୁ । ଏଥିପାଇଁ ଉକ୍ତ ସଂଗଠନ ର ସଦସ୍ୟ ସଦସ୍ୟା ମାନେ ଓଡିଶାର 315 ବ୍ଲକ ରେ କାର୍ଯ୍ୟରତ l ତାହା ପୁଣି ନିଶୁକ୍ଳ ଭାବେ ସାଧାରଣ ଜନତା ଙ୍କ ସମସ୍ୟା ଠାରୁ ସାମୁହିକ ସମସ୍ୟା କ୍ଷେତ୍ରରେ ଅଗ୍ରସର ହେଉଛନ୍ତି l ଏ ସବୁର ଶ୍ରେୟ ମଧ୍ୟ ସରକାର ଙ୍କ ପ୍ରତି ନିଶ୍ଚୟ ଯାଉଛି ଏବଂ ଏଟିଏ ମଧ୍ୟ ପ୍ରଶଂସିତ ହୋଇପାରିଛୁ। ଆଜି ଗୋପ ବ୍ଲକ ର ଟ୍ୱଇଟର ବୟ ସନ୍ତୋଷ କୁମାର ନାୟକ ଓ ସଚ୍ଚିଦାନନ୍ଦ ଗୋଛାୟତ ଙ୍କ ନେତୃତ୍ୱ ଆଜି ଗୋପ ରେ ଥିବା ବିଏସି ନର୍ସିଙ୍ଗ “ମୁକ୍ତି ଗ୍ରୁପ ଇନ୍‌ଷ୍ଟିର୍ଚ୍ୟୁଟ୍ ” ର ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ୍ସ ଉପକାରିତା ଉପରେ ଏକ କାର୍ଯ୍ୟକ୍ରମ ର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଇନ୍‌ଷ୍ଟିର୍ଚ୍ୟୁଟ୍ର ର ଶତାଧିକ ଛାତ୍ର ଛାତ୍ରୀଙ୍କ ଗହଣରେ ସନ୍ତୋଷ ନାୟକ ଏକ୍ସ ସମ୍ପର୍କ ଉପରେ ବିସ୍ତୁତ ଭାବେ ଆଲୋଚନା ଲାରିଥିଲେ l ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀ ସୋମ୍ୟାଶ୍ରୀ ବିଶି ଙ୍କ କ୍ଷେତ୍ରରେ ହୋଇଥିବା ସମସ୍ୟା ର ପୁନରାବୃତ୍ତି ନ ହେଵା ପାଇଁ ଗୋପ ନିମାପଡା କୋଣାର୍କ ଆଦି ଅଞ୍ଚଳ ରେ ଥିବା କଲେଜ ଇନ୍‌ଷ୍ଟିର୍ଚ୍ୟୁଟ୍ ର ଛାତ୍ର ଛାତ୍ରୀ ଏକ୍ସ ର ମହତ୍ୱ ସମ୍ପର୍କ ରେ ବୁଝିଥିଲେ l ଏକ୍ସ ର ପ୍ରମୁଖ ଭୂମିକା ରହୁଛି ଶାସକ ଓ ଶାସିତ ଙ୍କ ମଧ୍ୟରେ ଏକ ସେତୁ ପରି କାର୍ଯ୍ୟ କରିଥାଉ l ମାନ୍ୟବର ଯଶଶ୍ରୀ ପ୍ରଧାନମନ୍ତ୍ରୀ ଙ୍କ ଡିଜିଟାଲ ଭାରତ ରେ ଏଵେ ଟ୍ୱଇଟର ହି ପ୍ରମୁଖ ଭୂମିକା ଗ୍ରହଣ କରୁଅଛି l

ସ୍ବଚ୍ଛ ତଥା ତ୍ବରିତ ଶାସନ ତନ୍ତ୍ର ପାଇଁ ଟୁଇଟର ତଥା ଏକ୍ସ ପରି ପ୍ଲାଟଫର୍ମକୁ କିପରି ଅଗ୍ରାଧିକାର ଦିଆଯାଇ ପାରିବ, ସମ୍ବନ୍ଧୀୟ ଏକ ଆଲୋଚନା କରାଯିବ l ଏଵେ ତ ଗାଁ ଠୁ ସହର ସମସ୍ତି ଙ୍କ ମୁହଁରେ ଗୋଟିଏ ସ୍ୱର ଟ୍ୱଇଟର ବା ଏକ୍ସ କୁ କାର୍ଯ୍ୟକାରୀ କର l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ