April 24, 2026

ଗଜପତି ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତାର ଶୁଣାଣି କଲେ ଆଇଜି 

IMG-20250719-WA0061
Share

 

 

ପାରଳାଖେମୁଣ୍ଡି:୧୯/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପୁଲିସ ପକ୍ଷରୁ ଗୃହରକ୍ଷୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗ ଆସିଥିଲା। ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ଗଜପତି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଉପସ୍ଥିତ ରହି ଗୃହରକ୍ଷୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଗୁଡ଼ିକର ଶୁଣାଣି କରିଛନ୍ତି। ତେବେ ଆବେଦନକାରୀଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆନଯିବା ଅଭିଯୋଗ କରି ଏସ୍‌ପିଙ୍କ କାର୍ଯାଳୟ ପରିସରରେ ଶତାଧିକ ଆବେଦନ‌କାରୀ ହଟ୍ଟଗୋଳ କରିଥିଲେ.ଫଳରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଥିଲା। ସୂଚନାଅନୁସାରେ ଆବେଦନକାରୀମାନେଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗୃହରକ୍ଷୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ. ଏହି ସମୟରେ କିଛି ପୁଲିସ କର୍ମଚାରୀ ଅଭିଯୋଗକାରୀଙ୍କୁ ଆଇଜିଙ୍କ ସହ ସାକ୍ଷାତ କରିବାକୁ ଦେଉ ନଥିବା, ସେମାନଙ୍କ ଅଭିଯୋଗକୁ ଗ୍ରହଣ କରୁ ନଥିବା ଏବଂ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଗଜପତି ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିଥିଲେ। କିଛି ଆଶାୟୀ ଚୟନ ପରୀକ୍ଷାରେ ଭାଗ ନେଇନଥିବା ସତ୍ତ୍ବେ କେମିତି ତାଙ୍କର ନାମ ଚୂଡ଼ାନ୍ତ ଚୟନ ପ୍ରକ୍ରିୟାରେ ରହିଛି ଓ କାହିଁକି ପ୍ରତି ଇଭେଣ୍ଟର ପବ୍ଲିକେସନ୍ ହେଉନାହିଁ ବୋଲି ଗୁରୁତର ଅଭିଯୋଗ ଆଣିଥିଲେ। ଚୟନ ପରୀକ୍ଷାର ସମସ୍ତ ଭିଡିଓ ପ୍ରକାଶନ ପାଇଁ ଦାବି କରିଥିଲେ। ଏହାସହ ଆବେଦନକାରୀ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ନିଜର ଅଭିଯୋଗ ଜଣାଇବା ପାଇଁ ବାହାରେ ଅପେକ୍ଷା କରିଥିଲେ। କିନ୍ତୁ କିଛି ଅଭିଯୋଗ ନ ଶୁଣି ଆଇଜି ଚାଲିଯାଇଥିବା ଅଭିଯୋଗ କରିଛନ୍ତି କେତେକ ଆବେଦନକାରୀ। ତେବେ ଆଇଜି ଶ୍ରୀ ଶେଖର ଅଭିଯୋଗକୁ ଖଣ୍ଡନ କରିବା ସହ ଚୂଡ଼ାନ୍ତ ତାଲିକା ଏଯାଏଁ ପ୍ରକାଶ ପାଇନାହିଁ। ଯାହା ଅଭିଯୋଗ ଆସିଛି ତା’ର ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ ପରେ ଡିଜିଙ୍କୁ ପ୍ରଦାନ କରାଯିବ ବୋଲି ଆଇଜି ଶ୍ରୀ ଶେଖର କହିଛନ୍ତି।

You may have missed