ବଜ୍ରପାତରେ ଜଣେ ମହିଳା ମୃତ, ଅନ୍ଯ ଜଣେ ମହିଳା ଗୁରୁତର
ବୁଗୁଡା : ତା ୧୯/୦୬/୨୬ : ଶୁକ୍ରବାର ଅପରାହ୍ନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେଉଥିବା ସମୟରେ ବୁଗୁଡ଼ା ଅଞ୍ଚଳର ଜଣେ ମହିଳା ବଜ୍ରପାତରେ ମୃତ୍ଯ ବରଣ କରିଥିବା ବେଳେ ଅନ୍ଯ ଜଣେ ମହିଳା ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ମୃତା ମହିଳା ଜଣକ ହେଲେ ଖୋଳଖାଳି ଗ୍ରାମର ସୁବାସ ଚନ୍ଦ୍ର ସାମଲଙ୍କ ପତ୍ନୀ ଶାନ୍ତି ସାମଲ (୪୫) ଏବଂ ଗୁରୁତର ମହିଳା ଜଣକ ହେଲେ କୁଆଁନଳା ଗାଁର ସୀତାରାମ ବେହେରାଙ୍କ ସ୍ତ୍ରୀ ତୁଳା ବେହେରା (୫୫) । ଘଟଣାରୁ ପ୍ରକାଶ ଯେ , ବିଜୁଳି ଓ ଘଡଘଡି ସହ ବର୍ଷା ହେଉଥିବା ସମୟରେ ଶାନ୍ତି ଗାଁ ପୋଖରୀରେ ଗାଧୋଉଥିଲା ବେଳେ ସେ ବଜ୍ରପାତର ଶିକାର ହୋଇଥିଲେ। ତାଙ୍କୁ ସେଠାରୁ ଆହତ ଅବସ୍ଥାରେ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଅଣାଯାଇଥିଲା ଏବଂ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ଯପକ୍ଷରେ ସେହି ବର୍ଷା ସମୟରେ ତୁଳା ତାଙ୍କର ବିଲରେ କାମ କରୁଥିଲା ବେଳେ ବଜ୍ରପାତରେ ଆହତ ହୋଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା।
