April 18, 2025

ଖଇରା ଓଷ୍ଟା ସଙ୍ଗଠନର ବ୍ଲକ ସ୍ତରୀୟ ଭ୍ରାମ୍ଯମାଣ ବୈଠକ ଅନୁଷ୍ଠିତ….

Share


ବାଲେଶ୍ଵର ,,,ଖଇରା
ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରକୋଣା ଉଚ୍ଚ ବିଦ୍ୟାଳୟ ପରିସରରେ ଖଇରା ଓଷ୍ଟା ସଙ୍ଗଠନର ବ୍ଲକ ସ୍ତରୀୟ ଭ୍ରାମ୍ଯମାଣ ବୈଠକ ତା ୧୯/୪/୨୪ ରିଖ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଖଇରା ମଣ୍ଡଳ ଓଷ୍ଟା ସଭାପତି ବ୍ରହ୍ମାନନ୍ଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଓଷ୍ଟାର ରାଜ୍ୟ ସଂପାଦକ ରଞ୍ଜନ କୁମାର ଦାଶ ଏବଂ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଓଷ୍ଟା ସଂପାଦକ ବିଜୟ କୁମାର ପାତ୍ର ଯୋଗ ଦେଇ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ମଧୁସୂଦନ ଦେ, ଭରତ ଚନ୍ଦ୍ର ଦାସ, ଜୟନ୍ତ କୁମାର ପଣ୍ଡା, ରଶ୍ମି ରଞ୍ଜନ ଶତପଥୀ, ଉତ୍ତମ କୁମାର ଲେଙ୍କା ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଓଷ୍ଟା ସଂପାଦକ ବିଷ୍ଣୁ ପ୍ରସାଦ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଯୁଗ୍ମ ସଂପାଦକ ପ୍ରଶାନ୍ତ କୁମାର ହୋତା ମଞ୍ଚ ଆହ୍ୱାନ କରିଥିଲେ । ସଂପାଦକ ଦାୟିତ୍ୱ ନେବା ପରେ ଅବସର ଗ୍ରହଣ କରିଥିବା ଶିକ୍ଷକ, ଶିକ୍ଷକୟିତ୍ରୀ ଓ ଶିକ୍ଷା କର୍ମଚାରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ଶ୍ରୀ ମିଶ୍ର ସମ୍ବର୍ଦ୍ଧିତ କରାଇଥିଲେ । ଉକ୍ତ ବୈଠକର ଆୟୋଜକ ଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ଖଟୁଆ । ପ୍ରଧାନ ଶିକ୍ଷକ ଶ୍ରୀ ଖଟୁଆଙ୍କୁ ସହଯୋଗ କରିଥିଲେ ଶୁକଦେବ ମହାଳିକ, ପାର୍ବତୀ ମହାନ୍ତି, ରମେଶ ଚନ୍ଦ୍ର ପୁହାଣ ଓ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀ । ଶେଷରେ ଓଷ୍ଟା ଉପ-ସଭାପତି ଭରତ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ପ୍ରାୟ ୨ ଶହରୁ ଉର୍ଦ୍ଧ୍ବ ଓଷ୍ଟା ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ସଂପାଦକ ଶ୍ରୀ ମିଶ୍ର ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।।

 

 

(ଦେବାଶିଷ ଦାଶ୍ )

You may have missed