April 25, 2026

ଶିଶୁ ବାଟିକା ପକ୍ଷରୁ ‘ଘର ହିଁ ବିଦ୍ୟାଳୟ’ କାର୍ଯ୍ୟକ୍ରମ

IMG-20230319-WA0019
Share

ବୁଗୁଡ଼ା : ତା ୧୯/୦୩/୨୩ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ “ଘର ହିଁ ବିଦ୍ୟାଳୟ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ଆଲଟିଆ ଯୋଗ ଦେଇ ସମଗ୍ର ଶିକ୍ଷାରେ ପରିବାରର ଭୂମିକା ସମ୍ପର୍କେ ଆଲୋକପାତ କରିଥିଲେ । ପ୍ରଧାନାଚାର୍ଯ୍ଯ ରବିନ୍ଦ୍ର କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିଶୁ ବାଟିକା ପ୍ରମୁଖ ମମତା ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାରମ୍ଭ ଓ ବୋଧ ଶ୍ରେଣୀ ଶିଶୁଙ୍କ ମାଆମାନେ ଉପସ୍ଥିତ ରହିଥିଲେ । ଏ ଅବସରରେ ଶିଶୁଙ୍କ ସୁଷମ ଖାଦ୍ୟ ଏବଂ କ୍ରୀଡା ଉପକରଣର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଗୁରୁମା ରସନା କୁମାରୀ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଗୁରୁମା ପ୍ରତିମା ସାହୁ ପରିଚାଳନା କରିଥିଲେ ।