ଧନକଉଡା ବ୍ଳକରେ ଶ୍ରମିକ କାର୍ଡ଼ ବଣ୍ଟନ

IMG-20260219-WA0065
Share

 

 

ସମ୍ବଲପୁର,୧୯/୦୨(): ଗୁରୁବାର ଦିନ ଧନକଉଡା ବ୍ଳକର ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଏବଂ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମ୍ବଲପୁର ର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମ୍ବଲପୁର, ସଚିବ ଶ୍ରୀମତୀ ସୌମ୍ଯା ପ୍ରଧାନଙ୍କ ଅଧ୍ଯକ୍ଷତା କରିଥିଲେ। କର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ ପୁଷ୍ପା ମିଞ୍ଚ୍, ଏ ଏଲ୍ ଓ ମିନିକେତନ ସୁନ୍ଯାନି ଓ ବ୍ରଜେଶ୍ କୁମାର ହୋତା ଉପସ୍ଥିତ ଥିଲେ। ଶ୍ରୀମତୀ ପ୍ରଧାନ ଶ୍ରମିକମାନଙ୍କର ଅଧିକାର, ଶ୍ରମିକ କାର୍ଡ଼ର ଆବଶ୍ଯକତା ଉପରେ ଆଲୋକପାତ କରିଥିବା ବେଳେ ଶ୍ରମ ଅଧିକାରୀ ଶ୍ରମିକ କାର୍ଡ଼ର ଉପକାରିତା ବିଷୟରେ ଶ୍ରମିକମାନଙ୍କୁ ଜଣାଇଥିଲେ। ଏହି ଅବସରରେ ୬୦ ଜଣ ଶ୍ରମିକଙ୍କୁ ଶ୍ରମିକ କାର୍ଡ଼ ବଣ୍ଟନ କରାଯାଇଥିଲା।