ପୁରୀଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ବଡ଼ଦାଣ୍ଡ ରେ ପଦଯାତ୍ରା ସହିତ ସିଂହାଦ୍ୱାରରେ ଦୀପଦାନ
ଆଜି ପୁରୀଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଜିଲ୍ଲା ସଭାପତି ଲୋକନାଥ ପଣ୍ଡା ଙ୍କ ଅଧକ୍ଷତା ରେ ଗତ ଜାନୁୟାରୀ ୩ ତାରିଖରେ ସରକାରଙ୍କ ପକ୍ଷରୁ ଯେଉଁ ଆଇନ 0%ରୁ ଅଲ ଲିମିଟେଡ଼ ପର୍ଯ୍ୟନ୍ତ ଠିକାଦାରମାନେ ଯେକୌଣସି କାର୍ଯ୍ୟ ପାଇଁ ଟେଣ୍ଡର ପକାଇ ପାରିବେ l ଏହାକୁ ନେଇ ଆଜି ରାଜ୍ୟ ଠିକାଦାର ସଙ୍ଘ ପକ୍ଷରୁ ବଳଗଣ୍ଡି ଛକରୁ ଏକ ବିଶାଳ ଶୋଭାଯାତ୍ରା ରେ ଠିକାଦାର ମାନେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦେଶ୍ୟରେ ଦୀପଦାନ କରି ପୂର୍ବରୁ ସରକାର ଧାର୍ଯ୍ୟ କରିଥିବା ୧୪. ୯୯% ଧାର୍ଯ୍ୟରେ କାର୍ଯ୍ୟ ଉନ୍ନତ ମାନରେ ହେଉଥିବା ବେଳେ ନୂତନ ଆଇନ ଅନୁସାରେ ଯେଉଁ କାର୍ଯ୍ୟ ବର୍ତମାନ ସରକାରଙ୍କ ନୀତି ଅନୁସାରେ କରାଯାଉଛି ସେହି କାର୍ଯ୍ୟ ଉଦଘାଟନ ପରେ ଛାତରୁ ମାଟି ଗଳିବାର ନଜିର ଆସିଛି ତେଣୁ ଆମକୁ ସେହି ପୁରୁଣା ନିୟମ ଅନୁସାରେ କାର୍ଯ୍ୟ ଦାୟିତ୍ୱ ଦିଆ ନଗଲେ ଆସନ୍ତା କାଲି ବିଧାନସଭା ଘେରାଉ କରିବୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ପୁରୀଜିଲ୍ଲା ସଭାପତି ଲୋକନାଥ ପଣ୍ଡା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
