March 10, 2026

ରାୟଗଡ଼ର ସରକାରୀ ଆଇଟିଆଇରେ ଏମଏସଏମଇ ବାଣିଜ୍ୟ ମେଳା ଅନୁଷ୍ଠିତ l “ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନାରେ ସହାୟତା ବଣ୍ଟନ”

IMG-20260219-WA0059
Share

 

ରାୟଗଡ:-(ସୁରେନ୍ଦ୍ର ମହାନ୍ତି )ତା. ୧୯/୦୨- ଆଜି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ହିତାଧିକାରୀମାନଙ୍କ ପାଇଁ ପ୍ରଦର୍ଶନୀ-ତଥା -ବାଣିଜ୍ୟ ମେଳା ୨୦୨୬ ପ୍ରାରମ୍ଭରେ ସାରା ଭାରତରେ ଅନୁଷ୍ଠିତ ହେବା ଅବସରରେ ଏମଏସଏମଇ ମନ୍ତ୍ରଣାଳୟ କଟକ ତରଫରୁ ରାୟଗଡ଼ା ସହରରସ୍ତିତ ସରକାରୀ ଆଇଟିଆଇ ପରିସରରେ ସକାଳ ୧୧ଟା ସମୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଏମଏସଏମଇର ମିଳିତ ସହଯୋଗିତାରେ ଆୟୋଜିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରାୟଗଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବୀନ ନାୟକଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଏଡିଏମ୍ ଶ୍ରୀ ନବୀନ ନାୟକ ଉପସ୍ଥିତ ଥିବା ସମସ୍ତଙ୍କୁ ବିଶ୍ଵକର୍ମା ଯୋଜନା ଅଧୀନରେ କିପରି ଜଣେ ସଫଳ ଉଦ୍ୟୋଗପତି ନିଜ ନିଜ ଦକ୍ଷତା ଆଗେଇପାରିବେ ସେ ନେଇ ତାଙ୍କ ସମ୍ଭାଷଣ ମାଧ୍ୟମରେ ଉତ୍ସାହିତ କରିଥିଲେ। ଏମେସେମଇ ବାଣିଜ୍ୟ ମେଳlକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଉଦଘାଟନ କରିଥିଲେ l

କଟକ ଏମଏସଏମଇ ଯୁଗ୍ମ ନିର୍ଦେଶକ ଶ୍ରୀ ପି କେ ଗୁପ୍ତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏହି ମେଳlରେ ଆୟୋଜନ ସମ୍ପର୍କରେ ବିସ୍ତୃତ ଭାବରେ ଉପସ୍ଥାପନା କରିଥିଲେ l

ଏହି ମେଳାଗୁଡ଼ିକ କାରିଗରମାନଙ୍କୁ ୧୮ ରୁ ଅଧିକ ପାରମ୍ପରିକ ବ୍ୟବସାୟ ପ୍ରଦର୍ଶନ କରିବା, ଗ୍ରାହକଙ୍କ ସହ ସଂଯୋଗ ସ୍ଥାପନ କରିବା ଏବଂ ଦକ୍ଷତା ସ୍ୱୀକୃତି ଏବଂ ଆର୍ଥିକ ସହାୟତା ପାଇବା ପାଇଁ ଏକ ପ୍ଲାଟଫର୍ମ ହୋଇପାରିଛି।

ବିଭିନ୍ନ କାରିଗରୀ କୁଶଳତାକୁ ଗୁରୁତ୍ଵ ଦେଇ ବାଣୀଜ୍ୟ ସହ ପ୍ରଦର୍ଶନୀ ମେଳା ଜରିଆରେ ଉକ୍ତ ଟ୍ରେଡ ଫୈରର ମୂଳ ଲକ୍ଷ୍ୟ। ମୁଖ୍ୟତଃ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ ପଞ୍ଜୀକୃତ ପାରମ୍ପରିକ କାରିଗର,ଏବଂ କ୍ଷୁଦ୍ର ଉଦ୍ୟୋଗୀ ହିତାଧିକାରୀଙ୍କୁ ପ୍ରୋତ୍ସାହନ, ସମର୍ଥନ ଏବଂ ବଜାର ପ୍ରବେଶ ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ।

ଏଥିରେ ସ୍ଥାନୀୟ ସରକାରୀ ଆଇଟିଆଇର ସଫଳପ୍ରଦ ବିଦ୍ୟାର୍ଥୀଙ୍କ ଦ୍ଵାରା ଅନ୍ତର୍ନିହିତ ଦକ୍ଷତାର ଉତ୍ପାଦ ପ୍ରଦର୍ଶନ ଯେପରିକି ଟୋକେଇ, ସିଲେଇ, ବଢ଼େଇ, ଇତ୍ୟାଦି ଯାହାକି ବ୍ୟାଙ୍କିଙ୍ଗର ବା ଆର୍ଥିକ ପ୍ରୋତ୍ସାହନ ପାଇଁ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସିନ ଥିବା ଅତିଥିଙ୍କ ମଧ୍ୟରୁ ପିଏମଇ ରାଜ୍ୟ କର୍ଡିନେଟର ଏସ କେ ସାହୁ, ଏମଏସଏମଇ କଟକର ଡେଭଲପମେଣ୍ଟ ଏକ୍ସପର୍ଟ ସମପ୍ତିକା ମହାପାତ୍ର, ଜିଏମ ଡିଆଇସି ଏସ କେ ପଟ୍ଟନାୟକ, ଡିଆଇପିଆରଓ ବସନ୍ତ ପ୍ରଧାନ, ଏଲଡିଏମ ଡି କେ ବାଉରୀ,ଏମଏସଏମଇ ଡିଏଫଓ ସୁଭାଷ କୁମାର ସାହୁ, ପ୍ରିନ୍ସିପାଲ ବି କେ ବସନ୍ତରାଏ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସିନ ଥିବା ଅତିଥିଙ୍କନିଜ ନିଜ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ବିଦ୍ୟାର୍ଥୀ,ଉଦ୍ୟୋଗପତି ସମେତ ସମସ୍ତ ଅଂଶୀଦାରଙ୍କୁ ଉତ୍ସାହିତ କରିଥିଲେ। ସଭାର ପରିଶେଷରେ ସଫଳପ୍ରଦ ଭାବେ ୫ ଜଣ ମନୋନୀତଙ୍କୁ ୧ଲକ୍ଷ୍ୟ ଟଙ୍କାର ଋଣର ଚେକ୍ ପ୍ରଦାନ କରିଥିଲେ। ଏହି କର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଅଂଶଗ୍ରହଣକାରୀଙ୍କ ଉପସ୍ଥିତ ଥିଲେ l