June 20, 2026

ଜିଲ୍ଲାପାଙ୍କ କାର୍ଯ୍ୟାଳୟ ନୂତନ କୋଠାରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ 

IMG-20260219-WA0055
Share

 

ରାୟଗଡ଼(ସୁରେନ୍ଦ୍ର ମହାନ୍ତି )ଆଜି ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ,ଭା.ପ୍ର.ସେ.ଙ୍କ ଦ୍ୱାରା ନୂତନ କୋଠାରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳ ୮. ୩୦ ମିନିଟ ସମୟରେ ପୂଜକ ବଡ଼ବାବୁ କାଳିଚରଣ ରଥଙ୍କ ମନ୍ତ୍ର ପାଠ ଓ ଦେବ କାର୍ଯ୍ୟ ହୋମ ଯଜ୍ଞ ସହ ପୂଜା ଅର୍ଚ୍ଚନା କରାଯାଇଥିଲା l ପ୍ରାୟ ୩ କୋଟି ୬୧ଲକ୍ଷ୭୮ହଜାର ଟଙ୍କା ବ୍ୟୟଅଟକଳରେ ନିର୍ମିତ ଏହି କୋଠାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଗତ ଫେବୃଆରୀ ୨ତାରିଖରେ ଉଦଘାଟନ କରିଥିଲେ l

ଏଥିରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ,ଅତିରକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ନିହାର ରଞ୍ଜନ କହଁର, ଡେପୁଟି କଲେକ୍ଟର ନିର୍ମଳ ସାହୁ, ସହକାରୀ ଜିଲ୍ଲାପାଳ ମlନଭଂଜନ କହଁର,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ସହକାରୀ ଜିଲ୍ଲାସୂଚନା ଅଧିକାରୀ ଦେବରାଜ ଟାକ୍ରୀ,ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଏନ ଗୁଣ ଶେଖର, ଜିଲ୍ଲା କ୍ରୀଡା ଅଧିକାରୀ ସେଖ ଅlଲେନୁର, ଡେପୁଟି କଲେକ୍ଟର ବିଚିତ୍ରସେଠୀ, ଲିପ୍ସା ପଟେଲ,ରଶ୍ମିରେଖା ବିଷୋୟୀ,ଶିବ ପ୍ରସାଦ ସାହୁ, ନୂତନ ଭାବେ ଯୋଗଦେଇଥିବା ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ ଯୋଗଦେଇ ଥିଲେ l

ଏହାପରେ ନୂତନ କୋଠାରେ ନିର୍ମିତ ସଭାଗୃହରେ ଏକ ଷ୍ଟାଫ ମିଟିଙ୍ଗ ଅନୁଷ୍ଠିତ ଗୋଇଥିଲା l ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ସମସ୍ତ ବିଭାଗୀୟ କାର୍ଯ୍ୟକ୍ରମ ବିଷୟରେ

ସମୀକ୍ଷା କରି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସମସ୍ତଙ୍କୁ ନିଷ୍ଠାପର ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l

You may have missed