June 25, 2026

ରାଜ୍ୟ ସ୍ତରୀୟ ସୁରଭି ରେ ଗୌରବ ଆଣିଲେ ଗୁମୁଡା ସ୍କୁଲ ର ଋତୁ ଓ ରଶ୍ମିତା

IMG-20251118-WA0042
Share

କୋଟପାଡ଼ ବ୍ଲକ ଅନ୍ତର୍ଗତ ଗୁମୁଡା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ରଶ୍ମିତା ମହୁରିଆ ଓ ନବମ ଶ୍ରେଣୀ ଛାତ୍ରୀ ଋତୁ ହରିଜନ ନିଜ ଜ଼ିଲ୍ଲା ର ଦେଶିଆ ଭାଷା ର ଗଳ୍ପ ଓ କବିତା ରଚନା କରି ସାହିତ୍ୟ ସୃଜନୀ ତରଫରୁ ରାଜ୍ୟ ସ୍ତରୀୟ ଶିଶୁ ମହୋଛବ ସୁରଭି କାର୍ଯକ୍ରମ ରେ ଯୋଗ ଦେବା ପାଇଁ ମୋନୋନିତ ହୋଇ କୋଟପାଡ଼ ପାଇଁ ଗୌରବ ଆଣିଥିଲେ । କେପିଟାଲ ହାଇ ସ୍କୁଲ ଭୁବନେଶ୍ୱେର ଠାରେ ଆୟଜିତ ଏହି କାର୍ଯ୍ୟ କ୍ରମ ରେ ସେମାନଙ୍କ ରଚିତ ଦେଶୀଆ ଗଳ୍ପ ଓ କବିତାକୁ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ. ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟା ନନ୍ଦ ଗଣ୍ଡ ଏବଂ ମେୟେର ବିବିଏସଆର ସୁଲୋଚନା ଦାସ. ଙ୍କ ସମେତ ଆନ୍ୟନ୍ୟ ବୁଦ୍ଧି ଜୀବି ମାନେ ବହୁ ପ୍ରଂଶଂସା କରିଥିଲେ.ପୁରସ୍କାର. ମାନପତ୍ର ସହ ଗ୍ରାମ ରେ ପହଞ୍ଚିବା ପରେ କୋରାପୁଟ ଜ଼ିଲ୍ଲା ଭତରା ବିକାଶ ପରିଷଦ ସଭାପତି ଶ୍ରୀ ନୀଳକଣ୍ଠ ପୂଜାରୀ. ପୂର୍ବତନ ସରପଞ୍ଚ ସନାରୁ ଚଲାଣ.ସମିତି ସଭ୍ୟ ପ୍ରତାପ ସାହୁ. ସରପଞ୍ଚ କମଳା ଭତରା. ଭାଜପା ଯୁବ ନେତା ପର୍ଶୁ ମାଝୀ. ଜ଼ିଲ୍ଲା ପରିଷଦ ସଭ୍ୟା ଗୀତା ମାଝୀ ଙ୍କ ସମେତ ଶିକ୍ଷୟତ୍ରୀ ଶିକ୍ଷକ ଏବଂ ଗ୍ରାମବାସୀ ସୂବେଚ୍ଛା ଜଣେଇ ଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed