September 18, 2026
ajiro khabar
Share

 

ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା, ବଜ୍ରପାତ ଓ ଘଡ଼ଘଡ଼ିର ସମ୍ଭାବନା। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ପାଇଁ ୟେଲୋ ସତର୍କତା ଜାରି।

 

ଆସନ୍ତା କାଲି ଲଘୁଚାପ ହୋଇ ସେପ୍ଟେମ୍ବର ୨୩ ଆଖପାଖରେ ଆନ୍ଧ୍ର ଉପକୂଳ ଦିଗକୁ ପ୍ରଭାବ ପକାଇପାରେ।

 

ଓଡ଼ିଶାରେ ମାସବ୍ୟାପୀ ଦୀପଜଳା ଅଭିଯାନ ଆରମ୍ଭ, ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ରକ୍ତଦାନ ଶିବିର କରାଯାଇଛି।

 

ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ-୨୦୨୬ ଶିକ୍ଷା ସତ୍ର ପାଇଁ ନାମଲେଖା ଏବଂ ପଂଜୀକରଣ ପ୍ରକ୍ରିୟା ଆରମ୍ଭ।

 

ଏସ୍‌ଆଇଆର୍‌ରେ କଟିଲେ ପ୍ରାୟ ୨୫ଲକ୍ଷ ଭୋଟର। ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା।

ରାଜ୍ୟରେ ୩.୧୨କୋଟି ଭୋଟର।

 

ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୨କୁ ଘୁଞ୍ଚାଇଛନ୍ତି।

 

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ଛାତ ଉପର ସୌରଶକ୍ତି ସଚେତନତା ସୋଲାର ରଥର ଶୁଭାରମ୍ଭ କରିଛନ୍ତି। ପଶ୍ଚିମ ଓଡ଼ିଶାରେ ସୌର ଛାତ ସ୍ଥାପନ ସଂଖ୍ୟା ୬୧,୭୨୯।

 

ଭୁବନେଶ୍ୱରଠାରେ ନବୀନ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ନୀତି ଆୟୋଗର ପ୍ରଶଂସା।

 

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ରାଜ୍ୟର ୩୦ ଜିଲ୍ଲାରେ ଜଳିଲା ଏକ କୋଟି ଦୀପ।

 

ସମ୍ବଲପୁର ଡପ୍‌ଲର ରାଡାର୍‌ ଷ୍ଟେସନ୍‌ର ନାହିଁ ଅଗ୍ନିସୁରକ୍ଷା ପ୍ରମାଣପତ୍ର, ଆବେଦନ ବି କରିନି ପ୍ରଶାସନ।

 

OCA ନିର୍ବାଚନ ମାମଲାରେ ହାଇକୋର୍ଟରେ ଶୁଣାଣି ଅସମ୍ପୂର୍ଣ୍ଣ, ମଙ୍ଗଳବାରକୁ ଘୁଞ୍ଚିଲା ପରବର୍ତ୍ତୀ ଶୁଣାଣି।

 

ଜିଓଲୋଜି ବିଭାଗର ଗବେଷଣା, କିଛି ବର୍ଷ ଭିତରେ ଶୁଖିଯିବ କଟକ, ସହରରେ ପାଣି ପାଇଁ ପଡ଼ିଯିବ ହାହାକାର।

 

ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଦାରା ସିଂଙ୍କ ଶୁଣାଣି ମାମଲା। ଜେଲରୁ ମୁକ୍ତି ପାଇଁ ମନା କରିଥିଲେ ରାଜ୍ୟ ସରକାର।

 

ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ପାଞ୍ଚଟି ଓରାଙ୍ଗୁଟାନ୍‌ ଛୁଆ ମହାରାଷ୍ଟ୍ର ଚାଲାଣ ହୋଇଥାନ୍ତେ। ହୋଟେଲ୍‌ ମାଲିକ ବାପପୁଅଙ୍କ ଆକାଉଣ୍ଟ ଓ କଲ୍‌ ରେକର୍ଡ ଯାଞ୍ଚ।

 

ପୁରୀରେ ଖଜାର ଗୁଣବତ୍ତା ନେଇ ଅଭିଯୋଗ ପରେ ବିଭିନ୍ନ ଉତ୍ପାଦନ ୟୁନିଟ୍‌ରେ ଯାଞ୍ଚ। ପୋଲିସ, ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଓଜନ ମାପ ବିଭାଗର ମିଳିତ ଚଢ଼ାଉ।

 

ପୁରୀ ବାଳିକା ମହାବିଦ୍ୟାଳୟର ଛାତ୍ରୀନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

 

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ଗ୍ରହଣ କଲେ।

 

ଭୁବନେଶ୍ୱରରେ ଟିଭିର ସହକାରୀ ନିର୍ଦ୍ଦେଶକଙ୍କୁ ମହିଳା କଳାକାରଙ୍କୁ ଯୌନ ଉତ୍ପୀଡ଼ନ କରିବା ଅଭିଯୋଗରେ ଗିରଫ କରାଯାଇଛି।

 

ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ଫାଣ୍ଡିରେ ଅଧିକାରୀ ଓ ଜଣେ ଯୁବତୀଙ୍କୁ ରୁମ୍‌ରେ ତାଲା ପକାଇ ରଖିବା ଭିଡିଓ ଭାଇରାଲ୍‌।

 

ସମ୍ବଲପୁରରେ ପୋଲିସ ସହ ଗୁଳି ବିନିମୟରେ ମହମ୍ମଦ ଇରଫାନ୍ ଆହତ, ତାଙ୍କ ଦୁଇ ସହଯୋଗୀ ଧରାପଡ଼ିଛନ୍ତି।

 

ରାୟଗଡ଼ା ଗୁଣୁପୁର ଥାନା ଅଞ୍ଚଳରେ ଯାଦୁ କରୁଥିବା ସନ୍ଦେହରେ ୩୯ ବର୍ଷୀୟ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ୧୨ ଜଣ ଗିରଫ।

 

ବ୍ରହ୍ମପୁରରେ ପୁଣି ଗିରଫ ହେବେ ବିକ୍ରମ ପଣ୍ଡା।

 

ରାୟଗଡ଼ା କାଶୀପୁରରେ ଶିକ୍ଷକ କାଶୀନାଥ ସାହୁଙ୍କ ଅପହରଣ ମାମଲାରେ ୨ ଅଭିଯୁକ୍ତ ଗିରଫ।

 

ଘୋଷଣା ହୋଇଥିବା ମେଡିକାଲ କଲେଜ ନହେଲେ ଭଦ୍ରକ ବନ୍ଦ କରିବ କଂଗ୍ରେସ।

 

ରାୟଗଡା ଦୁର୍ଗୀରେ ଅବକାରୀ ଚଢାଉ, ୮ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବିଦେଶୀ ମଦ ଜବତ, ଜଣେ ଗିରଫ।

 

ସୁନ୍ଦରଗଡ କନାକୁଣ୍ଡରେ ବୁଡ଼ି ମହିଳା ପର୍ଯ୍ୟଟକ ମୃତ।

 

ଗଞ୍ଜାମ ଦିଗପହଣ୍ଡି ବଜାପଲ୍ଲୀ ଗାଁରେ ମାଟି ତଳୁ ବାହାରିଲା ମା’ କାଳୀଙ୍କ ସୁନା ମୂର୍ତ୍ତି।

 

🇳🇪

ମହିଳା ହୋଇଥିବାରୁ ଚାକିରି ନ ମିଳିବା ପ୍ରସଙ୍ଗରେ ଇଣ୍ଡିଆନ ଅଏଲକୁ ୧୨ ଲକ୍ଷ କ୍ଷତିପୂରଣ ଦେବାକୁ କହିଲେ ସୁପ୍ରିମ୍‌କୋର୍ଟ।

 

ମଣିପୁର ରିଲିଫ୍‌ କ୍ୟାମ୍ପରେ ୩୪ ଅସ୍ୱାଭାବିକ ମୃତ୍ୟୁ, ସୁପ୍ରିମ୍‌କୋର୍ଟଙ୍କ ଉଦ୍‌ବେଗ।

 

ଝାଡ଼ଖଣ୍ଡ ଆରଏସଏସ କାର୍ଯ୍ୟାଳୟ ଉପରେ ପେଟ୍ରୋଲ ବୋମା ମାଡ଼ ମାମଲା, ୪ ରାଜ୍ୟରେ ଇଡିର ଚଢ଼ାଉ।

 

୧୧.୭ କୋଟି ଭାରତୀୟ ସାଂଘାତିକ ଗ୍ରୀଷ୍ମପ୍ରବାହର ଶିକାର: ବିଶ୍ୱରେ ଚୀନ୍ ଦ୍ୱିତୀୟ, ଇଣ୍ଡୋନେସିଆ ତୃତୀୟ।

 

ରୁଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାକୁ ଅନୁମତି ଦେଉଥିବା ବିଲ୍ ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍‌ରେ ପାସ୍ ହୋଇଛି।

 

ୟୁରୋପୀୟ କମିଶନ ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ କାନାଡାକୁ ଇୟୁର ସହଯୋଗୀ ସଦସ୍ୟ କରିବା ପାଇଁ ଦ୍ୱାର ଖୋଲିବା ପ୍ରସ୍ତାବ ରଖିଛନ୍ତି।

 

ରୁଷିଆ ୟୁକ୍ରେନ୍‌ର ରାଜଧାନୀ କିଭ୍ ସମେତ ଅନେକ ସହର ଉପରେ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିଛି।

 

ଅଷ୍ଟ୍ରେଲିଆ ବିଦେଶୀ ଛାତ୍ର ଓ ବ୍ୟାକପ୍ୟାକର୍ ଭିସା ନିୟମକୁ ଅଧିକ କଡ଼ା କରିବାକୁ ଘୋଷଣା କରିଛି।

 

🚴🏾‍♂️⚽🏏

ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ଜିତିନେଇଛି। ୩୦ ବଲ୍‌ରୁ ଅଭିଷେକଙ୍କ ଶତକ।

 

ସମରକନ୍ଦରେ ଆରମ୍ଭ ହୋଇଥିବା ୪୬ତମ ବିଶ୍ୱ ଚେସ୍ ଅଲିମ୍ପିଆଡ୍‌ରେ ଭାରତୀୟ ମହିଳା ଦଳ ଡୋମିନିକାନ୍ ରିପବ୍ଲିକ୍‌କୁ ୪ ଶୂନ୍ୟରେ ପରାସ୍ତ କରିଛି।

 

କୋରିଆ ବିପକ୍ଷ ଡେଭିସ୍‌ କପ୍‌ ମ୍ୟାଚ୍‌, ଫାଇନାଲ୍‌ ୮ରେ ପହଞ୍ଚିବା ଲକ୍ଷ୍ୟରେ ଭାରତ।

 

ଭାରତୀୟ ଚେସ୍ ଖେଳାଳି ନିହାଲ ସରିନ୍ ଓ ଡି ଗୁକେଶ ଥାଇଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତ ପାଇଁ ବିଜୟ ହାସଲ କରିଛନ୍ତି।

 

*ଗତବର୍ଷ ଏଇ ସମୟରେ*

ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ର ଛାତ୍ରୀଙ୍କୁ ମାଗଣା ବସ୍ ସେବା ପାଇଁ ଜାରି ହୋଇହେଲା ସର୍କୁଲାର।

 

ପୁରୀ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି କହିଥିଲେ।

 

ଡିଜେ ଗାଡ଼ି ଉପରେ ଅଙ୍କୁଶ। ମୋଟର ଯାନର ବେଆଇନ ଢାଞ୍ଚା ପରିବର୍ତ୍ତନ ଉପରେ ଜାରି ହୋଇଥିଲା ସର୍କୁଲାର।

=================

ଆଜି ବିଶ୍ୱ ବାଉଁଶ ଦିବସ

ବିଶ୍ୱ ସମାନ ମଜୁରୀ ଦିବସ

ଚିଲି ସ୍ୱାଧୀନତା ଦିବସ

 

ଆଜି ଜନ୍ମଦିନ: ଶବାନା ଆଜମି, କାକା ହାଥରସି, ଅର୍ଜୁନ ସେଠୀ (ନେତା, ଭଦ୍ରକ), ପରେଶ ପଟେଲ (କ୍ରିକେଟ, ଭୁବନେଶ୍ୱର)

 

ଆଜି ତିରୋଧାନ: ସଂଗ୍ରାମୀ ଭଗବାନ ଦାସ (ବାରାଣସୀ)

 

ଇତିହାସରେ ଆଜି: (୧୮୦୩) ପୁରୀ ଅକ୍ତିଆର କଲେ ବ୍ରିଟିଶ, ଭକ୍ତଙ୍କ ଉପରେ ଲାଗିଲା ଟ୍ୟାକ୍ସ/ (୨୦୧୬) କାଶ୍ମୀର ଉରି ରେ ଆତଙ୍କୀ ଆକ୍ରମଣ/ (୧୮୫୧) ନ୍ୟୁୟର୍କ ଟାଇମସ ଖବରକାଗଜ ପ୍ରକାଶନ ଆରମ୍ଭ/ (୧୯୪୭) ଆମେରିକା ବାୟୁସେନା ପ୍ରତିଷ୍ଠା ହେଲା/ (୧୯୧୯) ହଲାଣ୍ଡ ମହିଳାଙ୍କୁ ଭୋଟ ଅଧିକାର ମିଳିଲା/ (୨୦୦୩) ଢାକା- ଅଗରତାଲା ବସ ସେବା ଆରମ୍ଭ ହୋଇଥିଲା।

=================

*ବନ୍ଦେ ଉତ୍କଳ ଜନନୀ* 🪻🌻🪻