ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନରେ ମା ଲୋଭି ଠାକୁରାଣୀଙ୍କ ମନ୍ଦିରରେ ଦୀପଦାନ

ଅନୁଗୋଳ ତା ୧୭/ (ଅଜିତ୍ କୁମାର ଭୋଇ) : ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ବଅଁରପାଳ ବ୍ଲକ ବିଜେପି ପକ୍ଷରୁ
ଗଡ଼ସନ୍ତ୍ରୀ ସ୍ଥିତ ମା ଲୋଭି ଠାକୁରାଣୀଙ୍କ ମନ୍ଦିରରେ ଦୀପଦାନ କରାଯାଇ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି। ବିଜେପି ନେତା ପ୍ରତ୍ୟୁଷ ରଞ୍ଜନ ପଣ୍ଡା, , ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ନାଏକ, ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ST ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ୍ କୁମାର ଭୋଇ, ବଅଁରପାଳ ମଣ୍ଡଳ ସଭାପତି,ସୁବ୍ରତ କୁମାର ସାହୁ,ନେତୃତ୍ୱରେ ଶହ ଶହ ବିଜେପି କର୍ମୀ ଆଜି ଅପରାହ୍ନରେ ଗଡ଼ସନ୍ତ୍ରୀ ସ୍ଥିତ ମା ଲୋଭି ଠାକୁରାଣୀଙ୍କ ମନ୍ଦିରରେ ପହଞ୍ଚି ଦୀର୍ଘ ନିରାମୟ ଜୀବନ କାମନା କରି ମା ଲୋଭି ଙ୍କ ନିକଟରେ ପୂଜାର୍ଚନା କରିବା ସହିତ ସମୁହ ଦୀପଦାନ କରିଥିଲେ। ଏଥିରେ( ଅନିଲ ଅମାନ୍ତ,ସୁଶିଲ ମାଝୀ,ସୁଶିଲ ବାରିକ, ପ୍ଲାଣ୍ଟୁ ଗଡ଼ନାୟକ,ତପନ କୁମାର ଅମାନ୍ତ, ଶିଶିର ମାଝୀ,ସୁଶିଲ ବାରିକ,ଅଜୟ ବେହେରା, ଯୋଗେନ୍ଦ୍ର ବେହେରା,ସୌମ୍ୟରଞ୍ଜନ ବେହେରା, ସମେତ ଶତାଧିକ କର୍ମକର୍ତ୍ତା ଯୋଗଦେଇ ୭୬ ଦ୍ୱୀପ ଜାଳିଥିଲେ।
