March 13, 2026

ଅନନ୍ତମୁଖୀ ବ୍ରତ ଉତ୍ସବ ପାଳନ 

IMG-20240918-WA0014
Share

ପଦ୍ମପୁର : ୧୭.୦୯(ଜୟନ୍ତ କୁମାର ସେଠ) ମଙ୍ଗଳବାର ଦିନ ପଦ୍ମପୁର ଶାନ୍ତିନଗର ସ୍ଥିତ ମାଉସୀ ମାଁ ମନ୍ଦିର ଗୃହ ରେ ଶାନ୍ତିନଗର ମାଉସି ମାଁ ମାନଙ୍କ ତତ୍ୱାବଧାନ ରେ ଅନନ୍ତମୁଖୀ ବ୍ରତ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି । ପୂଜକ ଶ୍ରୀଯୁକ୍ତ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ସମସ୍ତ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ପଣ୍ଡିତ ଜୟନ୍ତ ପଣ୍ଡା,ପ୍ରଦୀପ କୁମାର ରଥ,କାନ୍ତି ଦାଶ,ଯଦୁମଣୀ ଦାଶ,ସତ୍ୟପ୍ରକାଶ ପାଣିଗ୍ରାହୀ,ସନ୍ତୋଷ ପଣ୍ଡା,ସନ୍ତୋଷ ମିଶ୍ର, ସୁରେନ୍ଦ୍ର ପାଣିଗ୍ରାହୀ, ଆଶୁତୋଷ ପାଣିଗ୍ରାହୀ,କମଳାକାନ୍ତ ପାଣିଗ୍ରାହୀ ଙ୍କ ସହିତ ସର୍ବମୋଟ ଅଠର ଜଣ ପଣ୍ଡିତ ପୁରାଣ ପଠନ କରିଥିଲେ ,ଶ୍ରଦ୍ଧାଳୁ ଗଣ ପୁରାଣ ଶ୍ରବଣ କରି ଆତ୍ମତୃପ୍ତି ଲାଭ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀମତୀ ଶ୍ୟାମାମଣି ରଥ,ନୁରାବତୀ ପଣ୍ଡା,ଆରତୀ ପ୍ରଧାନ,ସୌଦାମିନୀ ପାଣିଗ୍ରାହୀ,ରାଣୀ ପାଠୀ,ମୀରା ବେହେରା,ସୁଜାତା ନାଥ,ସଂଯୁକ୍ତା ବେହେରା,ଅନୀତା ବାବୁ,ବିଜୟା ପଣ୍ଡା,ପୁର୍ଣିମା ପାଢ଼ୀ, ସଶ୍ମିତା ପାଣିଗ୍ରାହୀ ରାଜକୁମାରୀ ତ୍ରିବେଦି ଙ୍କ ତତ୍ୱାବଧାନ ରେ ଓ ଶାନ୍ତିନଗର ପୂଜା କମିଟି ର ବରିଷ୍ଠ ସଦସ୍ୟ ଡ଼. ଗଦାଧର ରଥ,ଡ଼.ଅର୍ଜୁନ ଦେବତା,

ଜଗବନ୍ଧୁ ପୋଥାଳ, ଶାନ୍ତାନୁ ପାଣିଗ୍ରାହୀ, ଅକ୍ଷୟ ମିଶ୍ର,ଶୀତାଂଶୁ ପଣ୍ଡା ,ଶରତ ପାଣିଗ୍ରାହୀ ଙ୍କ ସହଯୋଗ ରେ ସୁଚାରୁରୂପେ ଅନନ୍ତ ବ୍ରତ ସମାପନ ହୋଇଥିଲା,, ଶେଷରେ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନଭୋଗ ର ବ୍ୟବସ୍ତା କମିଟି ତରଫରୁ କରାଯାଇଥିଲା l