March 11, 2026

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ସୁଭଦ୍ରା ଯୋଜନାରେ ପଇସା ମାଗିବା ଅଭିଯୋଗ ରେ ସିଏସପି ସେଣ୍ଟର ବିରୁଦ୍ଧରେ ଥାନା ଏବଂ ବିଡିଓ ଙ୍କୁ ଅଭିଯୋଗ..

IMG-20240918-WA0011
Share

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଅନଲାଇନ ପାଇଁ ନିଶୁଳ୍କ ବ୍ୟବସ୍ଥା କରିଛନ୍ତି। କିନ୍ତୁ ସୁଭଦ୍ରା ଯୋଜନା ର ଅନଲାଇନ କରିବାକୁ ମହିଳା ଙ୍କ ଠାରୁ ୧୦୦ ଟଙ୍କା ନେବା ଅଭିଯୋଗରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସରପଞ୍ଚ ଏବଂ ୧୫ ରୁ ୨୦ ଜଣ ମହିଳା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ନାକଟିସେମଡା ପଞ୍ଚାୟତରେ। ମିଳିଥିବା ସୂଚନା ଅନୁସାରେ ନାକଟିସିମଡା ଗ୍ରାମର କିଛି ମହିଳା ସୁଭଦ୍ରା ଯୋଜନା ର ଫର୍ମ ଅନଲାଇନ କରିବା ପାଇଁ ନାକଟିସିମଡା ଡିଏନକେ ଗ୍ରାମରେ ଥିବା ସି ଏସ ପି ସେଣ୍ଟରର ସୁରଜିତ ପାଲ ନିକଟକୁ ଯାଇଥିଲେ। ସୁରଜିତ ମହିଳା ମାନଙ୍କୁ ଜଣଙ୍କ ପିଛା ଅନଲାଇନ ବାବଦକୁ ୧୦୦ ଟଙ୍କା ଲେଖାଏଁ ମାଗିଥିଲେ କିଛି ମହିଳା ପଇସା ଦେଲେ ଏବଂ କିଛି ମହିଳା ମାନେ ଏହା ର ପ୍ରତିବାଦ କରିବାରୁ ସୁରଜିତ ରାଗିଯାଇ ମହିଳା ମାନଙ୍କ ରଖିଥିବା ଫର୍ମ ଗୁଡ଼ିକ ଫୋପାଡି ଦେବାସହ ଗାଳିଗୁଲଜ କରିବା ସହ ମୁଁ କାମ କରିବି ନାହିଁ ତୁମେ ତୁମର ସରପଞ୍ଚ ପାଖକୁ ଯାଅ ସେ ଅନଲାଇନ କରିଦେବ ବୋଲି କହିଥିଲେ। ଏନେଇ ମହିଳା ମାନେ ଗ୍ରାମର ସରପଞ୍ଚ ଙ୍କ ସହାୟତାରେ ରାଇଘର ବିଡ଼ିଓ ଓ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି, ଏହି ବିଷୟକୁ ପୋଲିସ ଗମ୍ଭୀରତା ସହ ନେଇ ଏହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ରଘୁନାଥ ମାଝୀ କହିଛନ୍ତି।

You may have missed