April 30, 2026

ଗଞ୍ଜାମ ସହରରେ ଟ୍ରାଫିକ ନିୟମ ନମାନିଲେ କାଟିବ ଚାଲାଣ

IMG-20230918-WA0015
Share

ଗଞ୍ଜାମ ସହରରେ ଟ୍ରାଫିକ ନିୟମ ନମାନିଲେ କାଟିବ ଚାଲାଣ

—————————————-

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହରରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଆଗାମୀଦିନରେ ଗଞ୍ଜାମ ଥାନା ପୁଲିସ ପକ୍ଷରୁ ପଦକ୍ଷେପ ନିଆଯିବା ପାଇଁ ବ୍ୟବସ୍ଥା ହେଉଥିବା ନେଇ ନୂତନ ଥାନା ଅଧିକାରୀ ସୁମିତ୍ରା ପାତ୍ର ସୂଚନା ଦେଇଛନ୍ତି l ପ୍ରଥମିକତା ଭାବେ ଏନେଇ ଲୋକଙ୍କୁ ସଚେତନତା କରାଯିବ l ପରବର୍ତ୍ତୀ ସମୟରେ ଯଦି ଲୋକମାନେ ନିୟମ ନମାନି ରାସ୍ତା ଉପରେ ବାଇକ ରଖନ୍ତି, ଦ୍ରୁତ ଗତିରେ ଗାଡି ଚଲାଇଲେ, ଲାଉଡ଼ ଶବ୍ଦ ବେବହାର କଲେ, ହେଲମେଟ ବେବହାର ନକଲେ, ଓ ମଦ୍ୟପାନ କରି ଗାଡି ଚଳାଇଲେ ବାଇକ ଚାଳକ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି l ସୂଚନାଯୋଗ୍ୟ ଯେ ଗଞ୍ଜାମ ସହରରେ ସନ୍ଧ୍ୟା ସମୟରେ ଅନେକ ଗୁଡିଏ ବାଇକ ରାସ୍ତା ଉପରେ ରହିଥିବା ଦେଖିବାକୁ ମିଳିଥାଏ l ଯାହାଫଳରେ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଉପୁଜିଥାଏ l ଏହି ସମସ୍ୟା ଯୋଗୁଁ ଜାତାୟତ କରୁଥିବା ଅନେକ ଲୋକ ଦୃଘଟଣାର ଶିକାର ହୋଇଥାନ୍ତି l ଯାହାର ଅନେକ ନଜିର ରହିଛି l ଏଣୁ ଏହାର ସମାଧାନ ନିମନ୍ତେ ନୂତନ ଥାନା ଅଧିକାରି ସୁମିତ୍ରା ପାତ୍ର ସୂଚନା ଦେଇଥିଲେ l ଗଞ୍ଜାମ ପ୍ରେସ କ୍ଳବ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ସୋମବାର ଗଞ୍ଜାମ ଥାନା ନୂତନ ଥାନା ଅଧିକାରୀ ଶ୍ରୀମନ୍ତୀ ପାତ୍ରଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ l ଏଇ ଅବସରରେ ରାତ୍ରି କାଳିନ ପେଟ୍ରୋଲିଙ୍ଗ, ରୋଡ଼ ରୋମିଓ ଙ୍କ ପାଦ୍ରୁଭାବ କୁ ରୋକ ଲଗାଇବା, ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଗାଈ ମାଲିକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ବିଭିନ୍ନ ଆଇନ ଶୃଙ୍ଖଳା ସମସ୍ୟା ନେଇ ଆଲୋଚନା ହୋଇଥିଲା l
ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା, ସମ୍ପାଦକ ବିଦ୍ୟାଧର ସାହୁ, କୋଷାଧ୍ୟକ୍ଷ୍ ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, ରାକେଶ ରଞ୍ଜନ ଦାସ, କେ. ରାଜନୀକାନ୍ତ ରେଡି, କୃଷ୍ଣଚନ୍ଦ୍ର ଦାଶ, ମିଥୁନ ବାରିକି ପ୍ରମୁଖ ଉପସ୍ଥିତ ରହିଥିଲେ l