April 30, 2026

ବଙ୍ଗାଳିଗୁଡାଗ୍ରାମବାସୀ ବେଦଖଲ ନକରିବାକୁ ନେଇ କଂଗ୍ରେସ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର

IMG-20230918-WA0008
Share

ବଙ୍ଗାଳିଗୁଡାଗ୍ରାମବାସୀ ବେଦଖଲ ନକରିବାକୁ ନେଇ କଂଗ୍ରେସ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର

ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ବଙ୍ଗାଳିଗୁଡା ଗ୍ରାମରୁ ଗ୍ରାମବାସୀଙ୍କୁ ବେଦଖଲ ନକରିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ବିଜୟ ଗମାଙ୍ଗ ନେତୃତ୍ୱରେ ଶତାଧିକ କର୍ମୀ ଏକତ୍ରିତ ହୋଇ ବଙ୍ଗଳାଗୁଡା ଗ୍ରାମରେ ଲୋକଙ୍କ ସହ ଆଲୋଚନା କରି ରାମନାଗୁଡା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁଙ୍କ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଗ୍ରାମରୁ ବେଦଖଲ କରାଯାଇ ରାମନାଗୁଡା ବ୍ଲକରେ କୋର୍ଟ ନିର୍ମାଣ ହେବ ଏଥିପାଇଁ ସ୍ଥାନ ଚିହ୍ନଟ ନେଇ ଏଡିଏମ ଓ ତହସିଲ କର୍ମଚାରୀ ଗ୍ରାମକୁ ଆସିଥିବା କହିଛନ୍ତି ଗ୍ରାମବାସୀ। ବଙ୍ଗାଳିଗୁଡା ଠାରେ କୁଆଡେ କୋର୍ଟ ନିର୍ମାଣ ହେବ ତେଣୁ ଗ୍ରାମ ଛାଡ଼ି ଅନ୍ୟ ସ୍ଥାନକୁ ଯିବା ପାଇଁ କୁହାଯବା ସହ ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଆମେ ଏଠାରେ ବସବାସ କରିଅଛୁ ବୋଲି ଗ୍ରାମବାସୀ କହିଥିଲେ।ଯଦି ପ୍ରଶାସନ ପକ୍ଷରୁ ବେଦଖଲ ନହଟାଯାଏ ପ୍ରଶାସନ ପକ୍ଷରୁ ଆଗାମୀଦିନରେ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏସମ୍ପର୍କରେ ଖବରପାଇ ଆଜି କଂଗ୍ରେସ ପକ୍ଷରୁ ବେଦଖଲ ନକରିବା ପାଇଁ ତହସିଲ କାର୍ଯ୍ୟଳୟ ଆଗରେ ନାରାବାଜି ଦେଇ ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ |ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗ, ରଘୁନାଥ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ତାଙ୍ଗୁଡୁ, ବ୍ଲକ ସଭାପତି ବାଞ୍ଛାନିଧି ବେହେରା,ଜି ପ୍ରସାଦ ରାଓ, ହୃଷିକେଶ ପାତ୍ର, ନବୀନ ଚନ୍ଦ୍ର ନାୟକ ବେହେରା, ସମେତ ବହୁ ଦଳୀୟ କର୍ମୀଓ ଗ୍ରାମବାସୀ ଉପସ୍ଥିତ ଥିଲେ |

ରିପୋର୍ଟ ରାକେଶ କୁମାର ବେହେରା