April 29, 2026

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟି ଯୋଦ୍ଧା ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଛାତ୍ରମାନେ ସଫଳତା*

IMG-20230918-WA0014
Share

*ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟି ଯୋଦ୍ଧା ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଛାତ୍ରମାନେ ସଫଳତା*

ପାରଳାଖେମୁଣ୍ଡି: ୧୮/୦୯/୨୦୨୩

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଛାତ୍ରମାନେ ସଫଳତା ହାସଲ କରିଛନ୍ତି। କୁସ୍ତି ପ୍ରତିଯୋଗିତାରେ ଦୁଇଜଣ ଖେଳାଳି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି, ଯଥାକ୍ରମେ ଗଣେଶ ଶବର (୧୪ ବର୍ଷରୁ କମ) ୪୮ କିଲୋଗ୍ରାମ ବର୍ଗରେ ଓ ଅମର ସାହୁ (୧୭ ବର୍ଷରୁ କମ) ୮୦ କିଲୋଗ୍ରାମ ବର୍ଗରେ ହାସଲ କରିଥିବା ଜଣାପଡିଛି। ଅନ୍ୟ ପାଞ୍ଚଜଣ ଖେଳାଳି ରୌପ୍ୟ ପଦକ ହାସଲ କରିଛନ୍ତି। ସମସ୍ତ ଖେଳାଳି ବଂଶଧାରା ଉଚ୍ଛବିଦ୍ୟାଳୟ, ଖାଣ୍ଡବା ର ଛାତ୍ର ଅଟନ୍ତି। ପୁରୀ ଜିଲ୍ଲାର ଉଚ୍ଚ ବିଦ୍ୟାଳୟ ରେ ଏହି ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତା ତା: ୧୬-୦୯-୨୦୨୩ ଠାରୁ ୧୮-୦୯-୨୦୨୩ ପର୍ଯ୍ୟନ୍ତ ଚାଲୁ ରହିଛି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଜଗନ ବେଣିଆ (୧୪ ବର୍ଷରୁ କମ) ୪୮ କିଲୋଗ୍ରାମ ବର୍ଗରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି, ସେ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ର ଛାତ୍ର ଅଟନ୍ତି। ସିବ ଆଙ୍କୁଲ (୧୭ ବର୍ଷରୁ କମ) ୮୦ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ହାସଲ କରିଥିବା ଜଣାପଡିଛି। ସମସ୍ତ ଖେଳାଳିଙ୍କ ଏହି ସଫଳତାକୁ ନେଈ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ଏବଂ ଭାରପ୍ରାପ୍ତ କ୍ରିଡାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଶୁଭେଛା ଜଣାଈଛନ୍ତି।
ଏହି ଟୀମର ନେତୃତ୍ବ ନେଇଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରିଡାଶିକ୍ଷକ ଶ୍ରୀ ଡିଲେଶ୍ଵର ତୃଣ ଓ ପ୍ରଶିକ୍ଷକ ଥିଲେ କ୍ରିଡାଶିକ୍ଷକ ଶ୍ରୀ ଲାବନ ଭୂୟାଁ, ବଂଶଧାରା ଉଚ୍ଚବିଦ୍ୟାଳୟ, ଖାଣ୍ଡବା ସମସ୍ତ ଖେଳାଳି ମାନେ ଜିଲ୍ଲାକୁ ଗୌରାବନିତ୍ଵ କରିଥିବାରୁ ସେମାନଙ୍କର ପିତା ଓ ମାତାମାନଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତ କ୍ରିଡା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।