ଉମରକୋଟ ନିକଟସ୍ଥ ସେମଲା ଗ୍ରାମ ପଂଚାୟତ ଠାରେ ଜନ୍ମାଷ୍ଟମୀ ପାଳନ………..
ଉମରକୋଟ :- (ଏମ୍.ଦୀନା°ଶୁ ଆଚାରୀ) ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉମରକୋଟ ବ୍ଲକରେ ସେମଲା ଠାରେ ବଡ଼ ଧୁମ ଧାମ ସହକାରେ ପାଳନ ହେଇଛି। ଆଜି ପ୍ରାତଃ କାଳରୁ ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମାଳା, ଦୀପ ଓ ଆଳୋକ ସଜାରେ ସମଗ୍ର ମନ୍ଦିର ପରିସର ଆଲୋକିତ ହୋଇଥିଲା ।ସ୍ଥାନୀୟ ଯୁବକ ମଣ୍ଡଳୀ ଓ ମହିଳା ସମିତି ମାନେ ମିଶି ଭଜନ, କୀର୍ତ୍ତନ, ଝୁଲା ଉତ୍ସବ ଓ ସାଂସ୍କୃତିକ କାର୍ୟକ୍ରମ କରିଥିଲେ ।ସଭାପତି ଧନେଶ୍ୱର ଗୌଡଙ୍କ ଅଧ୍ୟକ୍ଷତାରେ କାର୍ୟକ୍ରମ ଆରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଯଦୁରାମ ଗୌଡ ସମ୍ମାନୀୟ ଅତିଥି ଭାବେ ସତୃଗନ୍ ଗୌଡ, ତ୍ରିନାଥ ଗୌଡ, ହରି ଗୌଡ ଓ
ସମସ୍ତ କାର୍ଯ୍ୟକ୍ରମରେ ଫୁଲ ଚାନ୍ଦ ଗୌଡ, ରବି ଗୌଡ, ରୂପ ଧର ଗୌଡ, ଫଲ୍ସୀଙ୍ଗ ଗୌଡ, ନିର୍ମଳ ଗୌଡ ପ୍ରମୁଖ ସମ୍ପୂର୍ଣ୍ଣ ସହୋଜଗ କରିଥଲେ।ପୁରୋହିତ ଭାବେ ଘନଶ୍ୟାମ ଦାସ ଦାୟିତ୍ୱ ଗ୍ରହଣ କରିଥିଲେ। ଜନ୍ମାଷ୍ଟମୀ ଉପଲକ୍ଷେ “ହଦି-ହାଣ୍ଡି” ପ୍ରତିଯୋଗିତା ହୋଇଥିଲା ,ଏହି ପ୍ରତିଯୋଗୀତା ରେ ଦଳବେଡା ଦଳ ବିଜୟୀ ହେଇ ୧୫୫୧ ଟଙ୍କା ପୁରସ୍କାର ଜିତିବାରେ ସଫଳ ହୋଇଥିଲେ।ପୁରସ୍କାର ବିତରଣ ସେମେଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମଣ ବଞ୍ଜର, ସିଲିଗୁଡାର ପୂର୍ବତନ ସରପଞ୍ଚ ବିର୍ଶିଂଘ ମାଝୀ ଓ ସମିତି ସଭ୍ୟ ତେଜଲାଲ ରାଲ ଗଣ୍ଡଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା ।ସମସ୍ତ ଭକ୍ତ ମାନେ ଶ୍ରୀକୃଷ୍ଣଙ୍କୁ ସମାଜର ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ ।
