ଉମରକୋଟ ଉତ୍କଳ କଳା ସଂସଦ ର ନୂତନ କମିଟି ଓ ଦୁର୍ଗା ପୂଜା କମିଟି ଗଠିତ………
ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈାର ପରିଷଦ ର ଦଣ୍ଡକାରଣ୍ୟ ଡିଏନକେ ଠାରେ ଥିବା ଉତ୍କଳ କଳା ସଂସଦ ପକ୍ଷରୁ ନୂତନ କ୍ଳବ୍ କମିଟି ଓ ଦୁର୍ଗା ପୂଜା କମିଟି ଗଠନ କରାଗଲା । ଏଥିପାଇଁ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା।ସର୍ବ ପ୍ରଥମେ ବହୁ ପୁରାତନ କ୍ଳବର ପୁରୁଣା କମିଟି ଭାଙ୍ଗି ନୂତନ କମିଟି ଗଠିନ କରାଯାଇଥିଲା । ସମସ୍ତ ଙ୍କ ସହମତି କ୍ରମେ କ୍ଲବ ର ନୂତନ କମିଟି ସଭାପତି ଭାବେ ବିପିନ କୁମାର ମାଝୀ ,ଉପ ସଭାପତି ଭାବେ ସୁନିଲ କୁମାର ଜେନା, ସମ୍ପାଦକ ଭାବେ ସତ୍ୟନାରାୟଣ ଦାସ, ସହ ସମ୍ପାଦକ ଭାବେ ଜି ଗୋଲ୍ଡ ସ୍ମିତ, କୋଷାଧ୍ୟକ୍ଷ ଭାବେ ନକୂଳ ଚାନ୍ଦ ଚୟନ କରାଯାଇଥିଲେ। ଉପଦେଷ୍ଟା କମିଟି ରେ ସଞ୍ଜୟ କୁମାର ପାଢ଼ୀ, ଅରୁଣ ବେହେରା, ନାରାୟଣ ସାହୁ , ଶୁଶିଲ ପଣ୍ଡା, ତପନ ଦାସ, ସଞ୍ଜିତ ମଣ୍ଡଲ, ଉଦୟ ଘୋଷ ରହିଛନ୍ତି। ଏକଜୁଟିଭବଡି କମିଟି ରେ କୁନା ସାହୁ , ପ୍ରମୋଦ ମଲ୍ଲିକ, ବିକ୍ରମ ସରକାର, ଅମିତ ହାଲଦାର, ହିମାଂଶୁ ବିଶ୍ଵାଳ, ବିଜୟ ଆଦିତ୍ୟ, ଜ୍ଞାନେନ୍ଦ୍ର ସ୍ବାଇଁ, ଅଂଶୁମାନ ପାତ୍ର , ତ୍ରିଲୋଚନ ବେହେରା ଓ ଶଙ୍କର ତୁରୁକ ଙ୍କୁ ସମସ୍ତ ଙ୍କ ସହମତି କ୍ରମେ ଚୟନ କରା ଯାଇଥିଲା। ପରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଶହରା ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପ୍ରଥମେ ୨୦୨୪ ମସିହା ର ଦଶହରା ପୂଜା ର ସମସ୍ତ ହିସାବ ର ବିବରଣୀ ପାଠ କରାଯାଇଥିଲା। ପରେ ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବର ସହ ପାଳନ କରିବା ପାଇଁ ନୂତନ ପୂଜା କମିଟି ଗଠିତ ହୋଇଥିଲା। ଏହି ପୂଜା କମିଟି ର ସଭାପତି ଭାବେ ନକୂଳ ଚାନ୍ଦ, ଉପ ସଭାପତି – ପ୍ରମୋଦ ମଲ୍ଲିକ, ସମ୍ପାଦକ – ସୁଧାଂଶୁ ବିଶ୍ଵାଳ, ସହ ସମ୍ପାଦକ ଅଂଶୁମାନ ପାତ୍ର, କୋଷାଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଙ୍କୁ ଚୟନ କରାଯାଇଥିଲା। ଡିଏନକେ ର ଦଶହରା ପୂଜା ବହୁ ପୁରାତନ ତଥା ୬୯ ବର୍ଷର ପୂଜା। ଉମରକୋଟ ଦଶହରା ପର୍ବ ଜିଲ୍ଲା ପାଇଁ ଏକ ନିଆରା ପର୍ବ ହୋଇଥାଏ। ଏହି ଅଞ୍ଚଳ ରେ ବଙ୍ଗୀୟ ରିତି ନିତି ରେ ପୂଜା ହୋଇଥାଏ। ବଙ୍ଗୀୟସମ୍ପ୍ରଦାୟର ମହିଳା ମାନେ ମାଁ ଦୁର୍ଗା ଙ୍କ ସହ ସିନ୍ଦୂର ଖେଳ ଖେଳିଥାନ୍ତି। ଏହି ଦଶହରା ପୂଜା ପୂର୍ବ ପୁରୁଷ ରୁ ଚାଲିଥିବା ରୀତିନୀତି ଅନୁଯାୟୀ ପୂଜା ହୋଇଥାଏ ।ଏହି ବୈଠକରେ ଚଳିତ ବର୍ଷ ଦୁର୍ଗାପୂଜା କୁ ଅଧିକ ରୁ ଅଧିକ ଯାକଯକୋମରେ ପାଳନ କରିବା ସହ ଶାନ୍ତି ଶୃଙ୍ଖଳା ରେ ପୂଜା ହୋଇପାରିବ ସେଥିପାଇଁ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ଉତ୍କଳ କଳା ସଂସଦ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।
