ଉମରକୋଟ ଠାରେ ଭାଜପା ର ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ……….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଗୁରୁବାର ନବରଙ୍ଗପୁର ଜିଲ୍ଲା ଉମରକୋଟ ନଗର ମଣ୍ଡଳ ସ୍ଥିତ ୱାର୍ଡ ନଂ ୬ୟୁ.ଭି୭,ନୂଆଗୁଡା ଠାରେ ସନ୍ଧ୍ୟା ୭
୦୦ଘଣ୍ଟିକା ସମୟରେ “ବିଭାଜନର ବିଭୀଷିକା ସ୍ମୃତି ଦିବସ “ପାଳନ କରାଯାଇଥିଲା ।
ପ୍ରତି ବର୍ଷ ଅଗଷ୍ଟ ୧୪ତାରିଖଦିନ ସାରା ଭାରତରେ ଏହି ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରା ଯାଉଅଛି । ଏହି ଦିନ ୧୯୪୭ ମସିହା ଭାରତ ବିଭାଜନ ସମୟରେ କୋଟିଏ ଲୋକଙ୍କ ଦ୍ବାରା ପିଢିତ ହୋଇଥିବା ଅସହନିୟ ଦଃଖ, କଷ୍ଟ, ପିଡି ଏବଂ ବଳୀଦାନ କୁ ମନେପକାଇବା ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାପାଇଁ ସମର୍ପିତ ।ଏହି ଦିନ ଭାରତ ଇତିହାସରେ ଅଭୁଲା ହୋଇ ରହିଯାଇଛି, ଏହି ବିଭାଜନ ଦେଶର କଟିଏ ଲୋକଙ୍କ ଜୀବନୀ ବଦଳାଇ ଦେଇଛି । ଏହି ଦିନ ଦେଶ ଶତାବ୍ଦୀର ସବୁଠାରୁ ବଡ ସାମ୍ପ୍ରଦାୟିକ ଦଙ୍ଗାକୁ ସାମ୍ନା କରିଥିଲା ।ପାକିସ୍ଥାନ ରେ ରହୁଥିବା ହିନ୍ଦୁ ମାନଙ୍କୁ ପାକିସ୍ଥାନ ଛାଡି ଭାରତ ଚାଲିଯିବାକୁ ବାଧ୍ୟ କରାଗଲା ଏହି ସମୟରେ ପାକିସ୍ଥାନରୁ ଭାରତକୁ ପଳାୟନ କରୁଥିବା ହିନ୍ଦୁମାନଙ୍କ ଉପରେ ଅତି ବର୍ବରାତର ସହ ହତ୍ୟା, ଦୁଷ୍କର୍ମ କରାଯାଇଥିଲା। ଟ୍ରେନ, ସଗଡ ଗାଡି, ପାଦରେ ଚାଲି ଯାଉଥିବା ଲୋକଙ୍କ ଉପରେ ଆକ୍ରମଣ କରାଯାଇଥିଲା ଏହି ଦୃଶ୍ୟ ହୃଦୟ ବିଦୀର୍ଣ୍ଣ କଲା ଭଳି ରକ୍ତପାତ ହୋଇଥିଲା ସେ ସମୟରେ ବିସ୍ଥାପିତ ହୋଇଥିବା ବୟସ୍କ ଲୋକମାନେ ସେହି ଅଭାବନିୟ ଘଟଣାର ଦୃଶ୍ୟାବଳିକୁ ମନେପକାଇ ଆଜି ମଧ୍ୟ ଆଖିରୁ ରକ୍ତଲୁହ ବୁହଉଛନ୍ତି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୨୧ଅଗଷ୍ଟ ୧୪ତାରିଖ କୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ରୁପେ ପାଳନ କରିବା ପାଇଁ ଘୋଷଣା କରିଥିଲେ ।ଏହି ବିଭାଜନ ବିଭୀଷିକା ଦେଶର ଆସନ୍ତା ପିଡି ଜାଣିବା ଦରକାର ଇତିହାସ କୁ ସ୍ମରଣକରି ଭବିଷ୍ୟତ ପାଇଁ ସତର୍କତା ହେବାର ଆବଶ୍ୟକ ଏହାର ଉଦ୍ଧେଶ୍ୟ ।
ଏହି ସ୍ମୃତି ସଭାରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭାଜପା ର ରାଜ୍ୟ ସଂମ୍ପାଦକ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ରୁପେ ତପନ କୁମାର ପାଲ, ଅନ୍ୟାନ୍ୟ ବକ୍ତା ଙ୍କ ମଧ୍ୟେ ଶୁରେସ ଆଚାର୍ଯ୍ୟ, ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢୀ, ସାଂସଦ ପ୍ରତିନିଧି ରାମ ନାୟକ,ତପନ ଦେବନାଥ, ନଗର ସଭାପତି ସନ୍ତୋଷ ଶର୍ମା, ୱାର୍ଡ କାଉଁସିଲର ସଂଜୟ ସରକାର, ଗ୍ରାମ ସଭାପତି ସପନ ପଦ୍ଦାର, କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ସୁଦେବ ନନ୍ଦି ଏବଂ ସନ୍ତୋଷ ସରକାର ଏହି ସ୍ମୃତି ସଭା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଏହି ସ୍ମୃତି ସଭାରେ ନଗର ମଣ୍ଡଳ ଏବଂ ୱାର୍ଡ ର ଚାରିଶହ ରୁ ଉର୍ଦ୍ଧ ଶ୍ରତା ଯୋଗଦେଇଥିଲେ ।
