ଆଜିର ଖବର..
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆଊ ଦୁଇଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା।
ରାଜ୍ୟରେ ଚାଷୀ ପଞ୍ଜୀକରଣ ପାଇଁ ଆଉ ବଂଶାନୁକ୍ରମିକ ପ୍ରମାଣପତ୍ର ଦରକାର ନାହିଁ। ନିଜସ୍ବ ଘୋଷଣାନାମାରେ ହୋଇପାରିବ ଚାଷୀଙ୍କ ନାମ ପଞ୍ଜୀକରଣ।
ଇନ୍ଦିରା ଗାନ୍ଧୀ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହେଲା
ଦେବଗଡ଼ର ଅଡ଼ଶ ରାମପଲ୍ଲୀ, ସୁନ୍ଦରଗଡ଼, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ ଓ କୋରାପୁଟରେ ସୁନା ଠାବ। ଦେବଗଡ଼ର ସୁନା ଖଣିକୁ ନିଲାମ କରିବେ ସରକାର
ଇସ୍କନର ଅଦିନିଆ ରଥଯାତ୍ରା ଓ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ଧାମକୁ ନିନ୍ଦା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ।
ବିଜେପି ନେତୃତ୍ୱ କହିଲେ, ଆଲୋଚନା ଚାଲିଛି, ଖୁବଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବ
ଓଡ଼ିଶାରେ ଥିବା ଘରୋଇ ମେଡିକାଲ କଲେଜରେ ଏମ୍ବିବିଏସ୍ ଡାକ୍ତରୀ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରାୟ ୭୫ ପ୍ରତିଶତ ଅଧିକ ଫି ଦେବାକୁ ପଡ଼ିବ।
ପୁରୀ ବଳଙ୍ଗା ପୀଡ଼ିତାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ୍। ତିନି ଯୁବକ ନିଆଁ ଲଗାଇଥିବା ସ୍ପଷ୍ଟ। ପୋଲିସ ଅପଦସ୍ତ, ଭୂମିକା ସନ୍ଦେହ ଜନକ।
ବିଜେଡି ସୁପ୍ରିମୋ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି, ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି।
ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କାରେ, ଆଜି ସବୁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ।
ରାଜଧାନୀର ଅନେକ ନୂଆ ରାସ୍ତା ବର୍ଷାରେ ହୋଇଗଲାଣି ଖଣ୍ଡିଆ। ନିମ୍ନ ମାନର କାମ ଅଭିଯୋଗ। ସରକାରୀ ଇଞ୍ଜିନିୟରଙ୍କ ଉପରକୁ ଉଠୁଛି ଆଙ୍ଗୁଠି।
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଆଳି ବ୍ଲକ୍ ଏକମାଣିଆ ଗାଁର ୭୦ରୁ ଊର୍ଦ୍ଧ୍ବ ମଇଁଷି ମୃତ, ନଦୀରେ ଭାସୁଛି ମୃତଦେହ। ପେଟ ପୋଷୁଥିବା ୪ଟି ପରିବାର କାଙ୍ଗାଳ
ଭୁବନେଶ୍ୱର ବାଲିପାଟଣା ରେ ଏକ ଚାକୁଣ୍ଡା ଗଛରେ ବନ୍ଧା ଯାଇଥିବା ବିଦ୍ୟୁତ୍ଖୁଣ୍ଟ ଷ୍ଟେ’ ତାର ଲାଗି ଜଳିଗଲେ ଛାତ୍ର। ବିଦ୍ୟୁତ ଇଞ୍ଜିନିୟରଙ୍କ ଅବହେଳା
ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରେ ଆସିଲାନି ଗାଡି, ୪ କିଲୋମିଟର ଶବ ବୋହିଲେ ପରିବାର ଲୋକେ।
ବିମାନରେ ଶବ ବଦଳିଗଲା। ବାଲେଶ୍ଵର ସୋର ଅଞ୍ଚଳର ଯୁବକଙ୍କ ମୃତଦେହ ବଳଦରେ ପଶ୍ଚିମବଙ୍ଗର ଶବ ପହଞ୍ଚିଛି।
ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ହେବେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ। ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା ହୋଇଛି।
ବିରୋଧୀ ଦଳଙ୍କ ଆକ୍ଷେପ। ନିର୍ବାଚନ କମିସନ କହିଲା ବେଳେ, ଜଣେ ବିଜେପି ନେତାଙ୍କ ଭାଷଣ ପରି ଲାଗୁଛି
କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଆଶାରେ ଧକ୍କା। ଅଷ୍ଟମ ଆୟୋଗ ବେତନର କାର୍ଯ୍ୟକାରିତା ୨୦୨୮ ପର୍ଯ୍ୟନ୍ତ ଘୁଞ୍ଚିପାରେ।
ପାକିସ୍ତାନରେ ପ୍ରକୃତିର କୋପ, ୪୮ ଘଣ୍ଟାରେ ୩୪୦ ମୃତ, ଧ୍ୱଂସାବଶେଷ ତଳୁ ଜୀବନ ଖୋଜା ଚାଲିଛି
ପାକିସ୍ତାନକୁ ହାଙ୍ଗର ଶ୍ରେଣୀର ତୃତୀୟ ବୁଡ଼ାଜାହାଜ ଦେଲା ଚୀନ୍
ଆମେରିକା ଅପମାନ ଦେଲାପରେ ଭାରତ ବାଧ୍ୟହୋଇ ଚୀନ ସହ ନିକଟତର ହେବାକୁ ଚେଷ୍ଟା କରୁଛି। ଫାଇଦା ଉଠାଇବା ଆଶାରେ ଚୀନ।
=====================
ଆଜି ଜନ୍ମଦିନ: ବାଜିରାଓ ୧, ନିର୍ମଳା ସୀତାରମଣ, ଗୁଲଜାର, ଦଲେର ମେହେନ୍ଦୀ, ସନ୍ଦୀପ ପାଟିଲ, ପ୍ରୀତି ଝାଙ୍ଗିଆନି, ଦୟାନିଧି ପରମହଂସ ଦେବ (ଓଡ଼ିଆ ଧର୍ମଗୁରୁ)
ଆଜି ତିରୋଧାନ: ନେତାଜୀ ସୁଭାସ ବୋଷ
ଇତିହାସରେ ଆଜି: (୧୯୫୧) ଖଡ଼ଗପୁର ଆଇଆଇଟି ଉଦଘାଟନ ହେଲା/ (୧୮୬୮) ହିଲିୟମ ଆବିଷ୍କାର ହେଲା
=====================
*ବନ୍ଦେ ଉତ୍କଳ ଜନନୀ*
