April 30, 2026

ଉମରକୋଟ ଠାରେ କଲିକତାର ମହିଳା ଡ଼ାକ୍ତରଙ୍କୁ ନ୍ୟାୟ ପ୍ରତିବାଦ ରେ ଡାକ୍ତର ଙ୍କ କ୍ୟାଣ୍ଡଲ ଶୋଭାଯାତ୍ରା………

IMG-20240818-WA0001
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) କୋଲକତା ର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ରେ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ ରେ ଓମସା ର ନିର୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ଠାରେ ପାଞ୍ଚ ଟି ବ୍ଲକ ଉମରକୋଟ, ରାଇଘର, ଝରୀଗାଁ,ଚନ୍ଦାହାଣ୍ଡି ଓ ଡାବୁଗାଁ ବ୍ଲକ ର ସମସ୍ତ ଡାକ୍ତର ଏକାଠି ହୋଇ ଶୋଭା କରି ପୀଡିତା ଡାକ୍ତର ଙ୍କୁ ନ୍ୟାୟ ପାଇଁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଯାଇଥିଲା। ପୀଡିତା ଡାକ୍ତର ଙ୍କୁ ସୋହାନୁଭୂତି ଦେବା ସହିତ କାର୍ଯ୍ୟରତ ଡାକ୍ତର ଙ୍କ ସୁରକ୍ଷା ନିମନ୍ତେ ପାଞ୍ଚ ଟି ଦାବି ସରକାର ପାଖରେ ଦାବି ରଖିଛନ୍ତି ସେ ଗୁଡିକ ହେଲା କେନ୍ଦ୍ରୀୟ ସୁରକ୍ଷା ଆଇନ, କାର୍ଯ୍ୟରତ ସମସ୍ତ ମେଡିକାଲ କର୍ମଚାରୀ ଙ୍କୁ ସୁରକ୍ଷା, ସବୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସୁରକ୍ଷା ବଳୟ କୁ ନିଆଯାଉ, ହସ୍ପିଟାଲ ମଧ୍ୟରେ ମହିଳା ଡାକ୍ତର ଙ୍କୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଓ ଫାଷ୍ଟ ଟ୍ରାକ କୋର୍ଟ ରେ ପୀଡିତା ଙ୍କ ପରିବାର କୁ ଶୀଘ୍ର ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ଡାକ୍ତର। ଏହି ପ୍ରତିବାଦ ରେ ଡଃ ସୋନ୍ତୋଷ କୁମାର ପଣ୍ଡା, ଡଃ ସୁମନ୍ତ କୁମାର ରାଉଳ, ଡଃ ଶରତ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

You may have missed