ଗଜପତି:- ୫୦ ତମ ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଗଜପତି:- ୫୦ ତମ ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ।
———————————————-
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ୫୦ ତମ ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ ବୈଠକ କାର୍ଯ୍ୟକ୍ରମ’ରେ ଅଧ୍ୟକ୍ଷତା କରି ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ ଯୋଜନା କାର୍ଯ୍ୟକ୍ରମ କାର୍ଯ୍ୟକାରିତା ହେଉଥିବା ସହ ତାହା ପ୍ରଗତି ପଥରେ ଆଗେଇ ଚାଲିଛି । ସେଥିରେ ଥିବା ପର୍ଯ୍ୟାପ୍ତ ଅର୍ଥ’ର କିଭଳି ସୁବିନିଯୋଗ ହୋଇ ଯୋଜନା କାର୍ଯ୍ୟକ୍ରମ’ର ସଫଳ ରୂପାୟନ ହୋଇପାରିବ ଏବଂ ଅଞ୍ଚଳବାସୀ ସେଥିଦ୍ୱାରା କିଭଳି ଉପକୃତ୍ ହୋଇ ପାରିବେ , ସେଥିପାଇଁ ଉପସ୍ଥିତ ସମସ୍ତ ବ୍ଲକ୍ ଅଧ୍ୟକ୍ଷ ଓ ଜନ ପ୍ରତିନିଧି ମାନଙ୍କ ସମେତ ବିଭିନ୍ନ ବିଭାଗୀୟ ସଂପୃକ୍ତ ଅଧିକାରୀ ମାନଙ୍କ ସହଯୋଗ ଓ ସହାୟତା କାମନା କରିଥିଲେ ।
ଜିଲ୍ଲା ପରିଷଦ’ର ମୁଖ୍ୟ ନିର୍ବାହୀ ତଥା ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ବୈଠକରେ ଉପସ୍ଥିତ ଥିବା ଜିଲ୍ଲା ପରିଷଦ’ର ସଭାପତି ଓ ଉପସଭାପତି’ଙ୍କ ସମେତ ସମସ୍ତ ସଭ୍ୟାସଭ୍ୟ , ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସ୍ଵାଗତ ଜଣାଇବା ସହ କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।
ସେହିଭଳି ଜିଲ୍ଲା ପରିଷଦ’ର ସିଡ଼ିଓ: ତଥା ନିର୍ବାହୀ ଅଧିକାରୀ ଶ୍ରୀ ଗୁଣନିଧି ନାୟକ ମଞ୍ଚାସିନ ରହି ବୈଠକ କାର୍ଯ୍ୟକ୍ରମ’ର କାର୍ଯ୍ୟସୂଚୀ ପ୍ରକାରେ ବୈଠକ ଆଲୋଚନା’କୁ ଆଗେଇ ନେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ସାଂସଦ ପ୍ରତିନିଧି ଶ୍ରୀ ପ୍ରଦୀପ କୁମାର ନାୟକ ଏବଂ ପାରଳା ବିଧାୟକ ପ୍ରତିନିଧି ଶ୍ରୀ ଆଦର୍ଶ ଦାସ ପ୍ରମୁଖ ମଞ୍ଚାସିନ ରହି ବିଭିନ୍ନ ଆଲୋଚନା’ରେ ଅଂଶଗ୍ରହଣ କରିଥିଲେ ।
ଏହି ବୈଠକ କାର୍ଯ୍ୟକ୍ରମ’ରେ ମୁଖ୍ୟତଃ କୃଷି , କ୍ଷୁଦ୍ର ଜଳସେଚନ , ଶିକ୍ଷା , ସ୍ୱାସ୍ଥ୍ୟ , ଗମନାଗମନ , ପ୍ରାଣୀ ସମ୍ପଦ , ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ , ଜୀବିକା ମିଶନ , ମିଶନ ଶକ୍ତି , ମନରେଗା ଯୋଜନା , ଗ୍ରାମୀଣ ଆବାସ ଯୋଜନା , ମତ୍ସ୍ୟ , ଜଳଛାୟା , ଉଦ୍ୟାନ ମିଶନ , ବେସାମରିକ ଯୋଗାଣ , ସାମାଜିକ ସୁରକ୍ଷା ଏବଂ ସମାଜ କଲ୍ୟାଣ , ମହିଳା ଓ ଶିଶୁ ବିକାଶ ପ୍ରଭୃତି ବିଭାଗ’ର ସେହି ବିଭାଗୀୟ କାର୍ଯ୍ୟକ୍ରମ’ର ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା ।
ସେହିଭଳି ଏହି ସମୀକ୍ଷା ବୈଠକ ଆଲୋଚନା କାର୍ଯ୍ୟକ୍ରମ’ରେ ଜିଲ୍ଲା’ର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ସେମାନଙ୍କ ଦ୍ଵାରା କାର୍ଯ୍ୟକାରୀ କରା ଯାଇଥିବା ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ’ର ଅଗ୍ରଗତି ସମ୍ପର୍କ’ରେ ସମ୍ପୂର୍ଣ ବିବରଣୀ ବୈଠକରେ ଉପସ୍ଥାପନା ଓ ଅବଗତ କରାଇଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————–