April 19, 2025

ସହିଦି ସୁଶାନ୍ତ ଖୁଣ୍ଟିଆ ପାଇଁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ।

Share

ସହିଦି ସୁଶାନ୍ତ ଖୁଣ୍ଟିଆ ପାଇଁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ।

ହାଟଡିହି,୧୮/୮: ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ସ୍ମୃତିରେ ହାଟଡ଼ିହି ଅଞ୍ଚଳିକ ମହାବିଦ୍ୟାଳୟ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରାଟି କଲେଜରୁ ବାହାରି ହାଟଡ଼ିହି ତହସିଲ ଅଫିସ ଯାଏଁ ଯାଇ କଲେଜ୍ ଯାଏଁ ଫେରିଥିବା ବେଳେ ଏହାକୁ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ ଓ ହାଟଡ଼ିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକ ଶୁଭାରମ୍ଭ କରିଥିଲେ। ଏଥିସହ ଜାତୀୟ ସେବା ଯୋଜନାର ଅଧିକାରୀ ଚକ୍ରଧର ଦାସ, ଗୌରାଙ୍ଗ ଚରଣ ନାୟକ, ବିଜୟ କୁମାର ନାୟକ, ରବି ନାରାୟଣ ବିଶ୍ବାଳ, ମେନକା ରାଣୀ ଧୁରୁଆ, ବୃନ୍ଦାବନ ଓଝା, ସ୍ଵାଗତିକା ନାୟକ, ଶଶିକଳା ଦାସ, ମିନତି ବାସକେ, ବିଶ୍ଵରଞ୍ଜନ ଜେନା, ଅଜୟ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦେବାଶିଷ ନାୟକ, ରାଜେନ୍ଦ୍ର ମଣ୍ଡଳ, ଦେବବ୍ରତ ଜେନା, କଳାମାଣିକ ଦାସ, ଜଗତା, ସିପୁ ,ଜେନ୍ ବବୁଲୁ‌‌‍,ଶଶିକାନ୍ତ, ପୂଜାରାଣୀ, ଦେବଦର୍ଶନୀ, ସୋନାଲିସା, ତପସ୍ବିନୀ, ବର୍ଷାରାଣୀ, ରଜତ, ପ୍ରଳୟ ଲୁଲୁ ସମେତ ଯୁକ୍ତ +୨ର ସମସ୍ତ ଛାତ୍ରଛାତ୍ରୀ ଏହି ବିରାଟ ପଟୁଆରା ପୂର୍ଣ୍ଣ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ)

You may have missed